
ସୁନ୍ଦରଗଡ଼: ‘ରାଜନୀତିରେ ନିଜର ସ୍ୱଚ୍ଛତା ଓ ସାଧୁତା ବଜାୟ ରଖିଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୃଥିବୀ ସାରା ପ୍ରଶଂସିତ। ତେଣୁ ତାଙ୍କ ଆଦର୍ଶରେ ସମସ୍ତ କର୍ମୀ ଅନୁପ୍ରାଣିତ ହୋଇ ଏହି କାର୍ଯ୍ୟଧାରାକୁ ବଜାୟ ରଖିବା ସହ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳର ବିପୁଳ ବିଜୟ ପାଇଁ କର୍ମକର୍ତ୍ତାଙ୍କ ଠାରୁ କର୍ମୀ ଯାଏ ସମସ୍ତେ ଅଣ୍ଟା ଭିଡ଼ିବାକୁ ପଡ଼ିବ’। ଆଜି ସୁନ୍ଦରଗଡ଼ ଜିଲ୍ଲା ପ୍ରଥମ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜିଲ୍ଲା ପର୍ଯ୍ୟବେକ୍ଷକ ଇଂ ପ୍ରୀତିରଞ୍ଜନ ଘଡ଼େଇ ଏହି ଆହ୍ବାନ ଦେଇଛନ୍ତି।
ସ୍ଥାନୀୟ ବିକାଶ ଭବନରେ ଜିଲ୍ଲା ବିଜେଡି ସଭାପତି ବିନୟ ଟୋପ୍ପୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବତନ ବିଧାୟକ ତଥା ରାଜ୍ୟ ସାଧାରଣ ସମ୍ପାଦକ ଯୋଗେଶ ସିଂ, ରାଜ୍ୟ ମହିଳା ବିଜେଡି ଉପସଭାନେତ୍ରୀ ପଦ୍ମିନୀ ଶେଖର ଦେଓ, ରାଜ୍ୟ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାଏକ, ରାଜ୍ୟ ପରିଷଦ ସଭ୍ୟ ହରଜେନ୍ଦ୍ର ସିଂ, ପୂର୍ବତନ ଏସଡିସି ଅଧ୍ୟକ୍ଷ ସନ୍ତୋଷ ଅମାତ, ବରିଷ୍ଠ ନେତା ଜନ୍ମଜୟ ମହାପାତ୍ର, ଗୋପବନ୍ଧୁ ମହାନ୍ତି, ବସନ୍ତ ଟୋପ୍ପୋ, ଲଲାଟେନ୍ଦୁ ପରିଡ଼ା, ମହମ୍ମଦ ହାରୁନ୍ ରସିଦ, ବୈଲୋଚନ କୁଜୁର, ଜିତେନ୍ଦ୍ର କର, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ରଞ୍ଜନା ପଣ୍ଡା, ଯୁବ ବିଜେଡି ସଭାପତି ଦେବେନ୍ଦ୍ର ପ୍ରସାଦ ମାଝୀ, ରାଜ୍ୟ ଯୁବ ବିଜେଡି ଯୁଗ୍ମ ସମ୍ପାଦକ ଅଜୟ ଅମାତ, ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ଶିବାଜୀ ନାଏକ, ଜିଲ୍ଲା ଛାତ୍ର ସଭାପତି ସେହେବାଜ ହୁସେନ, ଟାଉନ ବିଜେଡ଼ି ସଭାପତି ସୁରେନ୍ଦ୍ର ଭିତିରିଆ ପ୍ରମୁଖ ମଞ୍ଚାସୀନ ଥିଲେ। ବୈଠକରେ ବିରେନ୍ଦ୍ର ପଟେଲ, ସୁଧାରାଣୀ ରାଉଡିଆ, ମନୋଜ ବରୁଆ, ଜଟିଆ ମୁଣ୍ଡା, ବସନ୍ତ ଟପ୍ପୋ, କମଳା ଲାକ୍ରା, ଅଶ୍ଵିନୀ କୁମାର ନାଏକ ପ୍ରମୁଖ ଆଗାମୀ ଦିନରେ ହେବାକୁଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ବହୁ ସଂଖ୍ୟାରେ ବିଜୟୀ କରିବାକୁ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ।
ଏଥିପାଇଁ ୱାର୍ଡସ୍ତରରୁ କର୍ମୀମାନଙ୍କୁ ସକ୍ରିୟ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମସ୍ତ ଜନ କଲ୍ୟାଣକାରୀ ଯୋଜନାଗୁଡ଼ିକର ପ୍ରଚାର ପ୍ରସାର କରିବାକୁ ପରାମର୍ଶ ଦିଆଯାଇଥିଲା। ବୈଠକରେ ସୁନ୍ଦରଗଡ଼ ସାଙ୍ଗଠନିକ ଜିଲ୍ଲା ରାଜଗାଙ୍ଗପୁର, ତଳସରା ଓ ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀର ସମସ୍ତ କର୍ମକର୍ତ୍ତା ମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ। ଏହି ଅବସରରେ ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀ ଲେଫ୍ରିପଡ଼ା ବ୍ଲକର ଜିଲ୍ଲା ବିଜେପି ଅନୁସୂଚୀତ ଜାତି ମୋର୍ଚ୍ଚା ଉପସଭାପତି ଚିନ୍ତାମଣି ଅର୍ଗଲଙ୍କ ନେତୃତ୍ୱରେ ଓ ନିତ୍ୟାନନ୍ଦ ପଟେଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୭୦ ଜଣ ବିଜେପି କର୍ମୀ ତୁଳସୀ ନନ୍ଦ, ମଞ୍ଜୁଳା ପଟେଲ, ମନୋଜ ଖଡିଆ, ବିଜୁ ନାଏକ, ଅନାଦି ଗର୍ଡିଆ, ଚିନ୍ମୟୀ ପଟେଲ, ଦୀପାଳି ପ୍ରଧାନ, ନେତ୍ରମଣି ଖଡ଼ିଆ, ରାମହରି ଖଡ଼ିଆ, ସୁଶାନ୍ତ ପଟେଲ, ବବିତା ମାଝୀ, ଗୌରୀ ଖାଟି, ସନ୍ତୋଷ ତନ୍ତୀ, ଯୋଗେଶ୍ୱର କିସାନ, ସରୋଜ ଦଣ୍ଡସେନା ପ୍ରମୁଖ ବିଜେଡିରେ ଯୋଗ ଦେଇଥିଲେ।
The post ପଞ୍ଚାୟତ ନିର୍ବାଚନରେ ଦଳର ବିଜୟ ପାଇଁ ଅଣ୍ଟା ଭିଡ଼ିବାକୁ ଆହ୍ବାନ first appeared on Sambad.from ରାଜନୀତି | Sambad https://ift.tt/3mocGAP
0 Comments