ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ଅଭିଯୋଗ ଆପତ୍ତି ନେଇ ତିନି ରାଜନୈତିକ ଦଳ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି।
ପଞ୍ଚାନନ କାନୁନଗୋ(ବରିଷ୍ଠ କଂଗ୍ରେସ ନେତା)-ଠିକ ଭାବରେ ସଂରକ୍ଷଣ ହେବା ଦରକାର। ଅସନ୍ତୋଷ ରହୁଛି।ଶାସକ ଦଳକୁ ସୁହାଇବା ଭଳି ସଂରକ୍ଷଣ କରାଯାଇଛି। ଦଳ ଯେଉଁଠି ଜିତିବ, ସେପରି ବ୍ୟବସ୍ଥା କରାଯାଇଛି।ଏହାକୁ ନେଇ ଆମେ ଆପତ୍ତି କରିଛୁ।
ପ୍ରଦୀପ ପୁରୋହିତ(ବରିଷ୍ଠ ବିଜେପି ନେତା)-ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଚାରିଆଡ଼େ ତୀବ୍ର ଅସନ୍ତୋଷ। ନିଜ ଦଳକୁ ସୁହାଇବା ଭଳି ସଂରକ୍ଷଣ କରିବାକୁ ପୂର୍ବରୁ ଦଳୀୟ ସାଂସଦ ବିଧାୟକମାନେ ପ୍ରଶାସନିକ ଅଧିକାରୀଙ୍କ ଜରିଆରେ ନିଷ୍ପତ୍ତି ନେଇ ସାରିଛନ୍ତି। ସଂଶୋଧନ କରିଲେ ବି ଯେଉଁଠି ବିଜେଡି ଅଭିଯୋଗ ଉଠାଇବ, ସେଠି ସଂଶୋଧନ କରିବେ। ସଂରକ୍ଷଣ ବିଜେଡି ସପକ୍ଷରେ ଗଲେ ବି ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯିବ। ୱାର୍ଡ ସ୍ତର ପର୍ଯ୍ୟନ୍ତ ବିଜେପି କାର୍ଯ୍ୟ ଆରମ୍ଭ କରିବା ସହ ବୈଠକ ଜାରି ରଖିଛି।କିପରି ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ବିଜେପି ବାଜିମାତ କରିବ ସେ ନେଇ ଦଳ ପ୍ରୟାସ ଜାରି ରଖିଛି।

ଅତନୁ ସବ୍ୟସାଚୀ ନାୟକ(ବିଜେଡି ବିଧାୟକ)- ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏଭଳି ସମସ୍ୟା ଆସିବ। ନିର୍ବାଚନ କମିସନ ଆଇନର ପରିଧି ଭିତରେ ବ୍ୟବସ୍ଥା କରିଛନ୍ତି। ଅଭିଯୋଗ ଆସିଲେ ପ୍ରତ୍ୟାହୃତ କରିହେବ। ଆଇନ ଭିତରେ ନିର୍ବାଚନ କମିସନଙ୍କ ନିକଟକୁ ବିଭିନ୍ନ ଆଡୁ ଅଭିଯୋଗ ବି ଆସୁଛି। ବିଜେଡି ସବୁବେଳେ ସଂଗଠନର କାର୍ଯ୍ୟ ଜାରି ରଖିଥାଏ। ସାଧାରଣ ନିର୍ବାଚନ ହେଉ କି ଉପନିର୍ବାଚନ କିମ୍ବା ପଞ୍ଚାୟତ ନିର୍ବାଚନ ସବୁଥିରେ ଭଲ କରିବାକୁ ଦଳ ପ୍ରସ୍ତୁତ ହୋଇକି ରହିଛି।ଲୋକଙ୍କ ସହିତ ରହିବା ଓ କାର୍ଯ୍ୟ କରିବା ଦଳର ରଣନୀତି। ଲୋକଙ୍କ ପାଖରେ ରହିବାକୁ ଆମ ନେତା ନିର୍ଦେଶ ଦେଇଛନ୍ତି। ୱାର୍ଡ ସ୍ତରରେ କାର୍ଯ୍ୟ ଆରମ୍ଭ କରିଛୁ। ତାହାର ଫଳାଫଳ ନିଶ୍ଚୟ ପଜିଟିଭ ରହିବ।

The post ଶାସକ ଦଳକୁ ସୁହାଇବା ଭଳି ସଂରକ୍ଷଣ କହିଲେ ବିରୋଧୀ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏଭଳି ସମସ୍ୟା ଆସିବ କହିଲେ ବିଜେଡି ବିଧାୟକ first appeared on Sambad.

from ରାଜନୀତି | Sambad https://ift.tt/3AHYaJC