
ପିପିଲି/କଟକ : ପିପିଲି ଉପନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଥିବାବେଳେ ଲୋକଙ୍କ ମନରେ ସାହସ ଓ ସୁରକ୍ଷିତ ଭାବନା ଆଣିବା ପାଇଁ ପୁରୀ ଏସ୍ପି କେ ବିଶାଳ ସିଂହଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଦିନ ବିଏସ୍ଏଫ୍, କେନ୍ଦ୍ରୀୟ ଓ ଓଡିଶା ପୁଲିସ ଫୋର୍ସ ଫ୍ଲାଗ୍ମାର୍ଚ୍ଚ କରିଛନ୍ତି। ଏହି ଫ୍ଲାଗ୍ମାର୍ଚ୍ଚ ପିପିଲି ଥାନାଠାରୁ ଆରମ୍ଭ ହୋଇ ବଜାର ପରିକ୍ରମା କରିଥିଲା। ପୁଲିସ୍ ଡିଜି ଶ୍ରୀ ଅଭୟ ମଧ୍ୟ ଭିଡିଓ କନ୍ଫେରେନ୍ସିଂ ଜରିଆରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।
ସୋମବାର ଫ୍ଲାଗ୍ମାର୍ଚ୍ଚରେ ପୁରୀ ଅତିରିକ୍ତ ଏସ୍ପି ପ୍ରଫୁଲ୍ଲ ବଡ଼ଜେନା, ଏସ୍ଡିପିଓ ଦେବଦତ୍ତ ବରାଳ, ପିପିଲି ଥାନା ଆଇଆଇସି ଅଭିମନ୍ୟୁ ନାୟକଙ୍କ ସମେତ ଅନ୍ୟ ଅଧିକାରୀମାନେ ସାମିଲ ଥିଲେ। ଏହି ଉପନିର୍ବାଚନରେ ୩ କମ୍ପାନି ଅର୍ଦ୍ଧସାମରିକ ବାହିନୀ ଫୋର୍ସ ଓ ୨ କମ୍ପାନିନି ଓଡ଼ିଶା ପୁଲିସ ଫୋର୍ସ ନିୟୋଜିତ ହେବା ସହିତ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପାଇଁ ପୁଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବାର ଏସ୍ପି ଶ୍ରୀ ସିଂ କହିଛନ୍ତି।
ଅନ୍ୟପକ୍ଷରେ, ଆସନ୍ତା ୩୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପିପିଲି ଉପନିର୍ବାଚନ ପାଇଁ ଆଜି ରାଜ୍ୟ ପୁଲିସ ମୁଖ୍ୟାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ପୁଲିସ ଡିଜିପି ଶ୍ରୀ ଅଭୟ ଭିଡିଓ କନଫରେନସିଂ ଜରିଆରେ ବରିଷ୍ଠ ପୁଲିସ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ। ବୈଠକରେ ଆଇଜି କେନ୍ଦ୍ରୀୟ ରେଂଜ ଓ ପୁରୀ ଏସ୍ପି ପ୍ରମୁଖ ଉପସ୍ଥିତ ଥିଲେ।
The post ପିପିଲି ଉପ ନିର୍ବାଚନ: ବିଏସ୍ଏଫ୍, ପୁଲିସର ଫ୍ଲାଗ୍ମାର୍ଚ୍ଚ first appeared on Sambad.from ରାଜନୀତି | Sambad https://ift.tt/3Cta4s0
0 Comments