ପୁରୀ : ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ପରିଚାଳନା ନିମନ୍ତେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଦଳ ପକ୍ଷରୁ ଦୁଇଟି କମିଟି ଗଠନ କରିଛନ୍ତି। ସେଗୁଡ଼ିକ ହେଲା କେନ୍ଦ୍ରୀୟ ସମନ୍ବୟ କମିଟି ଓ ବିଧାନସଭା ସମନ୍ବୟ କମିଟି। କିନ୍ତୁ କମିଟିଦ୍ବୟ ପୂରା ନିର୍ବାଚନ ଉପରେ ନଜର ରଖିବ। କେନ୍ଦ୍ରୀୟ ସମନ୍ବୟ କମିଟିରେ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ ଅଧ୍ୟକ୍ଷ ଥିବା ବେଳେ ଅନ୍ୟତମ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଉପାଧ୍ୟକ୍ଷ ରହିଛନ୍ତି। ଏହି କମିଟିରେ ବିପିନ ଦାସ, ପଞ୍ଚାନନ କାନୁନ୍‌ଗୋ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଜାନକୀବଲ୍ଲଭ ପଟ୍ଟନାୟକ, ରଜତ ଚୌଧୁରୀ, ମନୋରଞ୍ଜନ ଦାଶ, ମାନସ ଚୌଧୁରୀ, ଦେବ ପ୍ରସାଦ ସଦସ୍ୟ ଭାବରେ ରହିଛନ୍ତି। ଯଜ୍ଞେଶ୍ବର ବାବୁ ସଂଯୋଜକ ଭାବେ ରହିଛନ୍ତି। ସେହିପରି ବିଧାନସଭା ସମନ୍ବୟ କମିଟିରେ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଅଧ୍ୟକ୍ଷ ଥିବା ବେଳେ ପିପିଲି ବ୍ଲକ କଂଗ୍ରେସ ସଭାପତି ଜିତୁ ପ୍ରକାଶ ପରିଡ଼ା, ପିପିଲି ଏନ୍‌ଏସି କଂଗ୍ରେସ ସଭାପତି ସେକ୍‌ ମେହେବୁବ୍‌, ଡେଲାଙ୍ଗ ବ୍ଲକ କଂଗ୍ରେସ ସଭାପତି ରବୀନ୍ଦ୍ର କୁମାର ଦାସ, ମାନସ ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ନିରୁପମା ପାତ୍ର ସଦସ୍ୟ ଭାବରେ ରହିଛନ୍ତି। ନିଶିକାନ୍ତ ମିଶ୍ର ସଂଯୋଜକ ଭାବେ ରହିଛନ୍ତି।

The post ପିପିଲି ଉପନିର୍ବାଚନ ପାଇଁ ପିସିସିର ସମନ୍ବୟ କମିଟି first appeared on Sambad.

from ରାଜନୀତି | Sambad https://ift.tt/3lzC5qW