ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଏବଂ ଏନସିପି ସହ ମିଳିତ ଭାବରେ ସରକାର ଚଳାଉଥିଲେ ବି ସବୁ କିଛି ଠିକ୍ ନଥିବାର ଅନୁମାନ କରାଯାଉଛି । କାରଣ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଶିବସେନା ନେତା ଅନନ୍ତ ଗୀତେ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ କଡା ଟାର୍ଗେଟ କରିଛନ୍ତି | ସୋମବାର ଅନନ୍ତ ଗୀତେ କହିଛନ୍ତି ଯେ ପିଠିରେ ଛୁରୀ ଭୁସିଥିବା ଶରଦ ପାୱାର ଆମର ଗୁରୁ ହୋଇପାରିବେ ନାହିଁ। ଅନନ୍ତ ଗୀତେ କହିଛନ୍ତି ଯେ ତାଙ୍କ ଦଳ ଗଠନ ପାଇଁ କଂଗ୍ରେସକୁ ପଛପଟୁ ଛୁରୀ ଭୁସିଥିବା ଏନସିପି ମୁଖ୍ୟ ଶରଦ ପାୱାର ଶିବ ସୈନିକଙ୍କ ପାଇଁ ‘ଗୁରୁ’ ହୋଇପାରିବେ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ଶିବସେନା, ଏନସିପି ଏବଂ କଂଗ୍ରେସର ମହା ବିକାଶ ଅଘାଡି ସରକାର କେବଳ ଆପୋଷ ବୁଝାମଣାରେ ଚାଲିଛି ।

ସୋମବାର ତାଙ୍କ ନିର୍ବାଚନମଣ୍ଡଳୀ ରାୟଗଡରେ ଏକ ସାଧାରଣ ସଭାରେ ଯୋଗ ଦେଇ ଗୀତେ କହିଛନ୍ତି ଯେ ଶରଦ ପାୱାର କଦାପି ଆମର ନେତା ହୋଇପାରିବେ ନାହିଁ କାରଣ ଏହି ସରକାର (ମହା ବିକାଶ ଅଘାଡି ) କେବଳ ଆପୋଷ ବୁଝାମଣାରେ ଚାଲିଛି । ଲୋକମାନେ ପାୱାରଙ୍କୁ ଯେତେ ପ୍ରଶଂସା କଲେ ବି ଆମର ‘ଗୁରୁ’ କେବଳ ବାଲାସାହେବ ଠାକରେ ହିଁ ରହିବେ | ପୂର୍ବତନ ସାଂସଦ ଗୀତେ କହିଛନ୍ତି ଯେ ଶିବସେନା ନେତୃତ୍ୱାଧୀନ ସରକାରଙ୍କ ପ୍ରତି ତାଙ୍କର କୌଣସି ଖରାପ ଉଦ୍ଦେଶ୍ୟ ନାହିଁ ଏବଂ ସେ ସରକାର ଚଳାଇବାକୁ ଚାହୁଁଛନ୍ତି।

ଶିବସେନା ନେତା କହିଛନ୍ତି ଯେ ପାୱାର କଂଗ୍ରେସକୁ ପଛପଟୁ ଛୁରୀ ଭୁସି ତାଙ୍କ ଦଳ ଗଠନ କରିଥିଲେ। ଯଦି କଂଗ୍ରେସ ଏବଂ ଏନସିପି ଏକଜୁଟ ହୋଇପାରିବେ ନାହିଁ ତେବେ ଶିବସେନା ମଧ୍ୟ କଂଗ୍ରେସର ନୀତିକୁ ସମ୍ପୂର୍ଣ୍ଣ ରୂପେ ଅନୁସରଣ କରିପାରିବ ନାହିଁ। ସୂଚନା ଥାଉ କି ମେ ୨୫, ୧୯୯୯ ରେ ଶରଦ ପାୱାରଙ୍କ ଦ୍ୱାରା ଏନସିପି ଦଳ ଗଠନ କରାଯାଇଥିଲା | ଶିବସେନା ଏନଡିଏର ସହଯୋଗୀ ଥିବାବେଳେ ୨୦୧୪ ନିର୍ବାଚନ ପରେ ଗୀତେ ଭାରୀ ଶିଳ୍ପ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

The post ପିଠିରେ ଛୁରୀ ଭୁସିଥିବା ଲୋକ କେବେ ଆମର ଗୁରୁ ହୋଇପାରିବେ ନାହିଁ: ଶରଦ ପାୱାରଙ୍କୁ ନେଇ ଶିବସେନା ନେତାଙ୍କ ବଡ ବୟାନ first appeared on Sambad.

from ରାଜନୀତି | Sambad https://ift.tt/3icecVN