ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ୧୧୪ ଦିନ ମୁଖ୍ୟମନ୍ତ୍ରୀ ରହିବା ପରେ ତିରଥ ସିଂହ ରାୱତଙ୍କୁ ତାଙ୍କ ପଦରୁ ହଟିବାକୁ ପଡ଼ିଛି। ସାମ୍ବିଧାନିକ ସଙ୍କଟ ଯୋଗୁଁ ସେ ରାଜ୍ୟପାଳଙ୍କ ଗତକାଲି ଇସ୍ତଫାପତ୍ର ଦେଇଥିଲେ। ବର୍ତ୍ତମାନ ସ୍ଥିତିରେ ଉପନିର୍ବାଚନ ସମ୍ଭବ ନଥିବାରୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିବା ବେଳେ ଏଭଳି ସମାନ ସଙ୍କଟ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ମଧ୍ୟ ଆସିପାରେ ବୋଲି ଆଶଙ୍କା କରାଯାଉଛି ।

ମମତା ବାନାର୍ଜୀ ଏଥର ବିଧାନସଭା ନିର୍ବାଚନ ନନ୍ଦିଗ୍ରାମ ଆସନରୁ ହାରି ଯାଇଥିଲେ ଏବଂ ଏହା ସତ୍ତ୍ବେ ସେ ମେ ୪ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହା ପରେ ସେ ତାଙ୍କ ପାଇଁ ଭବାନୀପୁର ବିଧାନସଭା ଆସନ ମଧ୍ୟ ଖାଲି କରାଇ ନେଲେ। ତେବେ କରୋନା ମହାମାରୀ ଭିତରେ ପୁଣି ଥରେ ନିର୍ବାଚନ ପ୍ରକ୍ରିୟା କେବେ ଆରମ୍ଭ ହେବ ସେ ନେଇ ଅନିଶ୍ଚିତତା ଲାଗି ରହିଛି। ପୂର୍ବରୁ ସାମ୍ବିଧାନିକ ସଙ୍କଟ ଏଡ଼ାଇବା ପାଇଁ ୫ ରାଜ୍ୟରେ ଯେଉଁ ନିର୍ବାଚନ ହୋଇଥିଲା ସେଥିପାଇଁ ନିର୍ବାଚନ କମିସନଙ୍କୁ ଅତି କଡ଼ା ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଭଳି ସ୍ଥିତିରେ ନିର୍ବାଚନ କମିସନ ଉପନିର୍ବାଚନ କରିବା ନେଇ କୌଣସି ସଙ୍କେତ ଦେଇନାହାନ୍ତି। ଯଦି ନଭେମ୍ବର ସୁଦ୍ଧା ଉପନିର୍ବାଚନ ନେଇ ନିର୍ବାଚନ କମିସନ କୌଣସି ନି‌ଷ୍ପତ୍ତି ନେବେ ନାହିଁ ତାହେଲେ ମମତାଙ୍କୁ ଇସ୍ତଫା ଦେବାକୁ ପଡ଼ିବ ବୋଲି କୁହାଯାଉଛି।

The post ତିରଥଙ୍କ ପରେ ମମତାଙ୍କ ପାଇଁ ‘ସାମ୍ବିଧାନିକ ସଙ୍କଟ’ ଆଶଙ୍କା first appeared on Sambad.

from ରାଜନୀତି | Sambad https://ift.tt/2V6B9Rt