
ଓଡ଼ିଶାରୁ ରାଜ୍ୟସଭାକୁ ପ୍ରତିନିଧିତ୍ବ କରୁଥିବା ଅଶ୍ବିନୀ ବୈଷ୍ଣବ ରାଜସ୍ଥାନ ଯୋଧପୁରର ବାସିନ୍ଦା। ୧୯୭୦ ମସିହାରେ ଜନ୍ମଗ୍ରହଣ କରିଥିବା ଶ୍ରୀ ବୈଷ୍ଣବ ଆଇଆଇଟି କାନପୁରର ଏମ୍ଟେକ୍ ଡିଗ୍ରି ହାସଲ କରିଥିଲେ। ୧୯୯୪ ମସିହାରେ ସେ ସର୍ବଭାତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଓଡ଼ିଶା କ୍ୟାଡର୍ରେ ଯୋଗ ଦେଇଥିଲେ। ଓଡ଼ିଶାରେ ଥିବା ସମୟରେ ସେ ବାଲେଶ୍ବର ଓ କଟକ ଜିଲ୍ଲାର ଜିଲ୍ଲାପାଳ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ କେନ୍ଦ୍ରୀୟ ଡେପୁଟେସନ୍ରେ ଯାଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସଚିବ ଭାବେ ନିଯୁକ୍ତି ପାଇଥିଲେ। ପରେ ସେ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିଲେ।
୨୦୦୮ ମସିହାରେ ସେ ଆଇଏଏସ୍ ଚାକିରି ଛାଡ଼ି ଅଧିକ ଶିକ୍ଷା ଗ୍ରହଣ କରିବାକୁ ଆମେରିକା ଯାଇଥିଲେ। ସେଠାରୁ ଫେରି ଶ୍ରୀ ବୈଷ୍ଣବ କର୍ପୋରେଟ୍ ଜଗତରେ ସକ୍ରିୟ ହୋଇଥିଲେ। ୨୦୧୯ ମସିହା ଜୁନ୍ ମାସରେ ସେ ବିଜେପିରେ ଯୋଗ ଦେଇଥିଲେ। ଏହା ପରେ ଓଡ଼ିଶାରୁ ବିଜେପି ପ୍ରାର୍ଥୀ ଭାବେ ବିଜେଡି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସଂସଦରେ ବିଭିନ୍ନ ପ୍ରସଙ୍ଗରେ ଶ୍ରୀ ବୈଷ୍ଣବଙ୍କ ବଳିଷ୍ଠ ଯୁକ୍ତି ଉପସ୍ଥାପନ ଜାତୀୟ ରାଜନୀତିରେ ତାଙ୍କୁ ଚର୍ଚ୍ଚିତ କରି ରଖିଥିଲା। ରାଜନୀତିକୁ ଆସିବାର ଦୁଇ ବର୍ଷ ମଧ୍ୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶ୍ବାସଭାଜନ ହୋଇ ରେଳବାଇ ପରି ଓଜନିଆ ମନ୍ତ୍ରଣାଳୟ ପାଇଛନ୍ତି।
The post ଅଶ୍ବିନୀ ବୈଷ୍ଣବ: ବ୍ୟୁରୋକ୍ରାଟ୍ରୁ ରାଜନେତା first appeared on Sambad.from ରାଜନୀତି | Sambad https://ift.tt/3hKoJ9r
0 Comments