
ରାୟଗଡ଼ା : ବିଜେଡିରେ ମିଶିବେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି! ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶ, ରାୟଗଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ଆଜି ରାଜଧାନୀରେ ଏ ନେଇ ରଣନୀତି ପ୍ରସ୍ତୁତି ହୋଇଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ମକରନ୍ଦଙ୍କୁ ଦଳକୁ ଆଣିବା ପାଇଁ ସ୍ଥିର ହୋଇଥିବା ବେଳେ ଦଳୀୟ ନିଷ୍ପତ୍ତିକୁ ସବୁଜ ସଙ୍କେତ ଦେଇଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶ।
୨୦୧୯ ବିଧାନସଭା ନିର୍ବାଚନରେ ଓଡ଼ିଶାରୁ ଏକ ମାତ୍ର ସ୍ବାଧୀନ ବିଧାୟକ ଭାବେ ମକରନ୍ଦ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ମାତ୍ର ୧୫ ହଜାର ଟଙ୍କା ଖର୍ଚ୍ଚ କରି ନିର୍ବାଚନ ଜିଣିବା ସହିତ ବିଜେଡିର ହେଭିୱେଟ୍ ନେତା ତଥା ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକାଙ୍କୁ ପରାଜିତ କରିଥିବାରୁ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ ମକରନ୍ଦ।
The post ବିଜେଡିରେ ମିଶିବେ ବିଧାୟକ ମକରନ୍ଦ ମୁଦୁଲି! first appeared on Sambad.from ରାଜନୀତି | Sambad https://ift.tt/3zo9nyM
0 Comments