
କୋଲକାତା : ବିଧାନସଭା ନିର୍ବାଚନରେ ତୃତୀୟ ଥର ପାଇଁ ବିଜୟ ହାସଲ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନଜର ଏବେ ଦିଲ୍ଲୀ ଉପରେ। ଗୁରୁବାର ଦିଲ୍ଲୀରେ ଅନୁଷ୍ଠିତ ବୈଠକର ନିଷ୍ପତ୍ତି ପରେ ସର୍ବସମ୍ମତିକ୍ରମେ ମମତା ବାନାର୍ଜୀଙ୍କୁ ତୃଣମୂଳ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ଘୋଷଣା କରାଯାଇଛି। ଟିଏମ୍ସି ନେତା ଡେରେକ୍ ଓବ୍ରାଏନ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସାତ ଥର ସାଂସଦ ଏବଂ ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀଙ୍କ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ତାଙ୍କୁ ସଂସଦୀୟ ଦଳ ନେତା କରାଯାଇଛି। ରାଷ୍ଟ୍ରୀୟ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଏହା ତୃଣମୂଳର ଗୋଟିଚାଳନା ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି।
The post ତୃଣମୂଳ ସଂସଦୀୟ ଦଳର ଅଧ୍ୟକ୍ଷା ହେଲେ ମମତା first appeared on Sambad.from ରାଜନୀତି | Sambad https://ift.tt/3eMe2m4
0 Comments