ନୂଆଦିଲ୍ଲୀ : ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ସଭାପତି ତଥା କେନ୍ଦ୍ର ମନ୍ତ୍ରୀ ପଶୁପତି କୁମାର ପାରସଙ୍କ ଦ୍ବାରା ପାର୍ଟି ସଂଗଠନକୁ ମଜବୁତ କରିବା ପାଇଁ ଓଡ଼ିଶା ସମେତ ସାତଟି ରାଜ୍ୟ ବିହାର, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ତ୍ରିପୁରା, ଦାଦ୍ରା ନଗର ହାବେଲି ଆଣ୍ଡ୍‌ ଡାମନ ଦ୍ବୀପ ପାଇଁ ନୂଆ ସଭାପତିମାନଙ୍କୁ ନିଯୁକ୍ତ କରାଯାଇଛି।

ଓଡ଼ିଶା ଲୋକ ଜନଶକ୍ତି ପାର୍ଟି ସଭାପତି ରୂପେ ଡ. ବୀରେନ୍ଦ୍ର କୁମାର ବୈଗଙ୍କୁ ନିଯୁକ୍ତି ମିଳିଛି। ନିଯୁକ୍ତ କରାଯାଇଥିବା ସାତ ରାଜ୍ୟ ସଭାପତି ଖୁବ୍‌ଶୀଘ୍ର ରାଜ୍ୟ, ଜିଲ୍ଲା, ବ୍ଲକ୍ ଓ ପଂଚାୟତସ୍ତରୀୟ କମିଟିଗୁଡିକୁ ଗଠନ କରି କେନ୍ଦ୍ରୀୟ କାର୍ଯ୍ୟାଳୟକୁ ସୂଚିତ କରିବା ପାଇଁ କୁହାଯାଇଛି। ଲୋକ ଜନଶକ୍ତି ପାର୍ଟିର ପ୍ରତିଷ୍ଠାତା ସ୍ବର୍ଗତ ରାମବିଳାସ ପାଶ୍ବାନଙ୍କ ପୁତ୍ର ତଥା ସାଂସଦ ଚିରାଗ ପାଶ୍ବାନ ନିଜର ଦାଦା ପଶୁପତି କୁମାର ପାରସଙ୍କ ପାର୍ଟି ଉପରେ କବଜାକୁ ନେଇ ଏବେ ବିରୋଧ ଜାରି ରଖିଛନ୍ତି। ଜୁନ ୧୩ରେ ଲୋକ ଜନଶକ୍ତି ପାର୍ଟିର ୬ ରୁ ୫ ଜଣ ସାଂସଦ ପାର୍ଟି ଅଧ୍ୟକ୍ଷ ଚିରାଗ ପ‌ାଶ୍ବାନଙ୍କୁ ସମସ୍ତ ପଦରୁ ହଟାଇଦେଇ ସାଂସଦ ପଶୁପତି କୁମାର ପାରସଙ୍କୁ ପାର୍ଟି ଅଧ୍ୟକ୍ଷ ରୂପେ ବାଛିଥିଲେ। ମୋଦୀ କ୍ୟାବିନେଟ୍‌ରେ ପଶୁପତି କୁମାର ପାରସଙ୍କୁ ସ୍ଥାନ ମିଳିବା ପରେ ଦଳକୁ ସର୍ବ ଭାରତୀୟ ସ୍ତରରେ ବିସ୍ତାର କରିବା ପ‌ାଇଁ ପ୍ରୟାସ ଆରମ୍ଭ କରାଯାଇଛି।

The post ଏଲ୍‌ଜେପି ଓଡ଼ିଶା ଅଧ୍ୟକ୍ଷ ହେଲେ ବୀରେନ୍ଦ୍ର କୁମାର ବୈଗ first appeared on Sambad.

from ରାଜନୀତି | Sambad https://ift.tt/3eu3IPv