
ଭୁବନେଶ୍ବର: କରୋନାର ଦ୍ବିତୀୟ ଲହର ଜାରି ଥିବା ସମୟରେ ମୋଦୀ ସରକାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରି ଚାଲିଛନ୍ତି। କେତେକ ଅଞ୍ଚଳରେ ଦର ୧୦୦ ଟଙ୍କା ଟପିଲାଣି। ଏହାର ପ୍ରତିବାଦରେ ରାଜ୍ୟ କଂଗ୍ରେସ ଆସନ୍ତା ୧୧ ତାରିଖରେ ସମସ୍ତ ପେଟ୍ରୋଲ ପମ୍ପ ଆଗରେ ୪ ଘଣ୍ଟିଆ ଧାରଣା ଦେବ। ଆଜି ଏକ ପ୍ରେସ୍ ବିବୃତି ଜାରି କରି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହି ଧାରଣା ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଜାରି ରହିବ। ଧାରଣା ସମୟରେ କୋଭିଡ-୧୯ ନୀତି ନିୟମକୁ ଅନୁପାଳନ କରିବା ପୂର୍ବକ ଯଥା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ବ୍ୟାନର, ପ୍ଲାକାର୍ଡ଼ରେ ଦରବୃଦ୍ଧି ଓ ଗରିବ ରୋଜଗାର ହରାଇଥିବା ସମ୍ପର୍କିତ ସ୍ଲୋଗାନ୍ ଲେଖି ବିକ୍ଷୋଭ ପ୍ରଦର୍ଶନ କରାଯିବ।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗତ ୫ ମାସ ମଧ୍ୟରେ ୪୩ ଥର ତେଲ ଦର ବୃଦ୍ଧି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି କାର୍ଯ୍ୟକ୍ରମକୁ ସଫଳ କରି ଜିଲ୍ଲା, ବ୍ଲକ ଓ ନଗର କଂଗ୍ରେସ ସ୍ତରରେ ଅବିଳମ୍ବେ ଜିଲ୍ଲା କଂଗ୍ରେସ ସଭାପତିମାନେ ପ୍ରସ୍ତୁତି ବୈଠକ ଡାକି ସମସ୍ତ ନେତୃମଣ୍ଡଳୀ, ବିଧାୟକଗଣ ଓ ସାଂସଦ, ପୂର୍ବତନ ବିଧାୟକ ଓ ସାଂସଦ, ବିଧାୟକ ଓ ସାଂସଦ ପ୍ରାର୍ଥୀ, ଏଆଇସିସି ଓ ପିସିସି ସଦସ୍ୟ, ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ ଓ କର୍ମକର୍ତ୍ତାଙ୍କୁ କାର୍ଯ୍ୟକ୍ରମରେ ସାମିଲ କରିବାକୁ ପିସିସି ସଭାପତି ଅନୁରୋଧ କରିଛନ୍ତି। ସମସ୍ତ କଂଗ୍ରେସ ନେତୃମଣ୍ଡଳୀ,କାର୍ଯ୍ୟକର୍ତ୍ତା ଓ ଶୁଭେଚ୍ଛୁ ଘରୁ ବାହାରିବା ସମୟରେ ସାଇକେଲ, ରିକ୍ସା, ବଳଦଗାଡି, ଟ୍ରଲି ଅବା ଚାଲି ଚାଲି ବିକ୍ଷୋଭ ସ୍ଥଳରେ ପହଞ୍ଚିବାକୁ ଶ୍ରୀ ପଟ୍ଟନାୟକ ବିଶେଷ ଅନୁରୋଧ କରିଛନ୍ତି।
The post ୧୧ ତାରିଖରେ ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସର ଧାରଣା first appeared on Sambad.from ରାଜନୀତି | Sambad https://ift.tt/3v7fbKc
0 Comments