ନୂଆଦିଲ୍ଲୀ : ଷ୍ଟାଲିନ୍‌, ଗାନ୍ଧି ଓ ନେହରୁଙ୍କ ଭଳି ନାମ କୌଣସି ଇତିହାସ ପୃଷ୍ଠାର ରାଷ୍ଟ୍ରନେତା ନୁହେଁ, ବରଂ ତାମିଲନାଡୁରେ ନବଗଠିତ କ୍ୟାବିନେଟ୍‌ରେ ସ୍ଥାନ ପାଇଥିବା ଏହି ନାମଧାରୀ ମନ୍ତ୍ରୀମାନେ ରହିଥିବା ରୋଚକ ଚର୍ଚ୍ଚାର ବିଷୟ ହୋଇଛି। ସେମାନଙ୍କ ମଧ୍ୟରେ ଡିଏମ୍‌କେ ଅଧ୍ୟକ୍ଷ ଏମ୍‌କେ ଷ୍ଟାଲିନ୍‌ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶୁକ୍ରବାର ଶପଥ ନେଇଛନ୍ତି। ପୂର୍ବତନ ସୋଭିଏତ ସଂଘର ରାଷ୍ଟ୍ରନେତା ଜୋସେଫ୍‌ ଷ୍ଟାଲିନ୍‌ଙ୍କ ନାମାନୁସାରେ ନାମକରଣ ହୋଇଥିବା ନୂଆ ମୁଖ୍ୟମନ୍ତ୍ରୀଙ୍କ ସହିତ ଶପଥ ନେଇଥିବା ଅନ୍ୟ ୩୩ ଜଣ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ମଧ୍ୟରେ ନେହରୁ ଓ ଗାନ୍ଧି ମଧ୍ୟ ରହିଛନ୍ତି।

ସେମାନଙ୍କ ଭିତରେ ତିରୁଚିରାପଲ୍ଲୀ ଡିଏମ୍‌କେର ଟାଣୁଆ ନେତା ଏ ଏନ୍‌ ନେହରୁ ରାଜ୍ୟ ପୌର ପ୍ରଶାସନ ବିଭାଗର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କର ନାମକରଣ ମଧ୍ୟ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ନାମାନୁସାରେ କରାଯାଇଥିବା ଶୁଣିବାକୁ ମିଳିଛି। ସେହିପରି ହସ୍ତତନ୍ତ ଓ ବୟନ ମନ୍ତ୍ରୀ ଭାବେ ଶପଥ ନେଇଥିବା ଆର୍ ଗାନ୍ଧି ମଧ୍ୟ ତାମିଲନାଡୁ କ୍ୟାବିନେଟ୍‌ର ଷ୍ଟାଲିନ୍‌-ଗାନ୍ଧି-ନେହରୁ ତ୍ରୟର ଅନ୍ୟତମ ଅଂଶ ଭାବେ ଚର୍ଚ୍ଚିତ ହୋଇଛନ୍ତି।

The post ତାମିଲନାଡୁ କ୍ୟାବିନେଟ୍‌ରେ ଷ୍ଟାଲିନ୍‌, ଗାନ୍ଧି ଓ ନେହରୁ first appeared on Sambad.

from ରାଜନୀତି | Sambad https://ift.tt/2QUCd9r