ନୂଆଦିଲ୍ଲୀ : ପଶ୍ଚିମବଂଗରେ ମମତାଙ୍କ ବଡ଼ ବିଜୟ ପ୍ରମାଣିତ କରିଛି ଯେ ଆଞ୍ଚଳିକ ଦଳମାନେ ହିଁ ବିଜେପିକୁ ରୋକିପାରିବେ। ଯେଉଁ ରାଜ୍ୟରେ କଂଗ୍ରେସ ସହ ବିଜେପିର ସିଧାସଳଖ ମୁକାବିଲା ହେଉଛି, ସେଠାରେ କଂଗ୍ରେସ ବିଜେପିକୁ ଟକ୍କର ଦେବାରେ ସକ୍ଷମ ହେଉନାହିଁ। ତେବେ ଆଞ୍ଚଳିକ ଦଳମାନଙ୍କ ଆଡ଼ୁ ବିଜେପିକୁ କଡ଼ା ଚ୍ୟାଲେଂଜ ମିଳୁଛି। ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଂଗକୁ ଏହାର ବଳିଷ୍ଠ ପ୍ରମାଣ ଭାବେ ଗ୍ରହଣ କରାଯାଉଛି। ପଶ୍ଚିମବଂଗରେ ମମତା ବାନାର୍ଜୀ ପ୍ରମାଣିତ କରିଛନ୍ତି ଯେ ତାଙ୍କୁ ରାଜ୍ୟରେ ଟକ୍କର ଦେବାପାଇଁ ଅନ୍ୟ କୌଣସି ଜାତୀୟସ୍ତରର ନେତା ସମକକ୍ଷ ନୁହନ୍ତି। ପଶ୍ଚିମବଂଗରେ ବିଜେପିର ପରାଜୟ ଆଗକୁ ଏହାର ସଙ୍କଟ ବଢ଼ାଇବ।

ନୂଆ କୃଷି ଆଇନକୁ ନେଇ ବିଜେପି ଉପରେ ଅଧିକ ଚାପ ସୃଷ୍ଟି ହେବ। ବିଜେପି ଏବେଠାରୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ଏହାର ରଣନୀତିରେ ପଶ୍ଚିମବଂଗ ହିଁ କେନ୍ଦ୍ରରେ ରହିଥିଲା। ତେବେ ସେଠାରେ ଦଳର ପରାଜୟ ବିଜେପିକୁ ନିଜର ରଣନୀତି ବଦଳାଇବାକୁ ବାଧ୍ୟ କରିବ ବୋଲି କୁହାଯାଉଛି। କଂଗ୍ରେସ ନେତା ରାହୁଲ ଗାନ୍ଧି ମୋଦୀ-ଶାହ ଯୋଡ଼ିକୁ ଟକ୍କର ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ଏବଂ ଆସାମ ବିଜୟ ପାଇଁ କଂଗ୍ରେସର ଆଶା ଧୂଳିସାତ ହୋଇଯାଇଛି।

The post ବିଜେପିକୁ ଆଞ୍ଚଳିକ ଦଳ ବିପଦ, କଂଗ୍ରେସ ସ୍ଥିତି ଆହୁରି ଦୁର୍ବଳ ହେବ first appeared on Sambad.

from ରାଜନୀତି | Sambad https://ift.tt/3eLRUYl