
ଗୌହାଟୀ : ଆସାମରେ ବିଜେପି ନେତୃତ୍ବାଧୀନ ଏନ୍ଡିଏ ପୁଣିଥରେ କ୍ଷମତାକୁ ଫେରିଛି। ୧୨୬ ଆସନ ବିଶିଷ୍ଟ ଆସାମରେ ଏନ୍ଡିଏ ୭୮ ଆସନରେ ବିଜୟୀ/ଅଗ୍ରଣୀ ଥିବାବେଳେ କଂଗ୍ରେସ ନେତୃତ୍ବାଧୀନ ମହାମେଣ୍ଟ ୪୭ ଆସନରେ ବିଜୟୀ/ଅଗ୍ରଣୀ ରହିଛି। ଆସାମ ନିର୍ବାଚନରେ ପ୍ରମୁଖ ପ୍ରାର୍ଥୀମାନେ ହେଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ ଏବଂ ରାଜ୍ୟ ସ୍ବାସ୍ଥ୍ୟ ଓ ଶିକ୍ଷା ମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଏବଂ ଆସାମ ପ୍ରଦେଶ କଂଗ୍ରେସ ମୁଖ୍ୟ ରିପୁନ ବୋରା। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ ମଜୌଲି ଆସନରୁ ନିର୍ବାଚନ ଜିତିଛନ୍ତି ଏବଂ ହିମନ୍ତ ବିଶ୍ବ ଶର୍ମା ଜଲୁକ୍ବରି ନିର୍ବାଚନମଣ୍ଡଳୀରୁ ଜିତିଛନ୍ତି। ପ୍ରଥମ ଅଣ କଂଗ୍ରେସ ସରକାର ଭାବେ ବିଜେପି ଲଗାତାର ଦ୍ବିତୀୟ ଥର ପାଇଁ ଆସାମରେ ନିର୍ବାଚନ ଜିତିଛି। ଉଲ୍ଲେଖଯୋଗ୍ୟ. ୨୦୧୬ରେ ଏନ୍ଡିଏ ମେଣ୍ଟ ୭୪ ଟି ଆସନରେ ଜିତିଥିଲା ଏବଂ ଏଜିପି, ବିପିଏଫ୍ (ବୋଡଲାଣ୍ଡ୍ ପିପୁଲ୍ସ ପାର୍ଟି) ସହ ମିଶି ପ୍ରଥମ ସରକାର ଗଠନ କରିଥିଲା। ଅନ୍ୟପକ୍ଷେ କଂଗ୍ରେସ ମେଣ୍ଟ ୨୦୧୬ରେ ୫୬ ଆସନ ଦଖଲ କରିଥିଲା।
The post ଆସାମରେ ପୁଣି କ୍ଷମତାରେ ଏନ୍ଡିଏ first appeared on Sambad.from ରାଜନୀତି | Sambad https://ift.tt/3nIlYIn
0 Comments