ନୂଆଦିଲ୍ଲୀ: ଶନିବାର ରାତିରେ ଭାରତୀୟ ଯୁବ କଂଗ୍ରେସ ନୂଆଦିଲ୍ଲୀସ୍ଥିତ ଫିଲିପ୍ପିନ୍‌ସ୍‌ ମିସନ୍‌କୁ ଅକ୍ସିଜେନ୍‌ ସିଲିଣ୍ଡର୍‌ ଯୋଗାଇ ଦେବାରୁ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବିବାଦ ଆରମ୍ଭ ହୋଇଛି।

ଗତ ବିଳମ୍ବିତ ରାତ୍ରୀରେ ଅକ୍ସିଜେନ୍‌ ସିଲିଣ୍ଡର୍‌ ନେଇ ଏକ ମିନି କ୍ୟାରିୟର୍‌ ଦୂତାବାସ ଫାଟକ ‌ବାଟେ ପ୍ରବେଶ କରିଥିଲା ଏବଂ ‘ଆଇୱାଇସି’ କର୍ମୀ ଦୂତାବାସର ଜଣେ କର୍ମୀଙ୍କୁ ସିଲିଣ୍ଡର୍‌ର ବ୍ୟବହାର ଶିଖାଇ ଦେଇଥିଲେ।

ଯୋଗାଇ ଦେଇଥିବା ସହାୟତା ସଂକ୍ରାନ୍ତ ଏକ ଭିଡିଓ ଟୁଇଟ୍‌ କରି ‘ଆଇୱାଇସି’ ଅଧ୍ୟକ୍ଷ ଶ୍ରୀନିବାସ ବିଭି ଲେଖିଥିଲେ ଏସ୍‌ଓଏସ୍‌ ଆଇୱାଇସି ସଦସ୍ୟମାନେ ନୂଆଦିଲ୍ଲୀସ୍ଥିତ ଫିଲିପ୍ପିନ୍‌ସ୍‌ ଦୂତାବାସରେ।

Image Courtesy of India Today

‘ଆଇୱାଇସି’ର ଫେସ୍‌ବୁକ୍‌ ପେଜ୍‌ରେ ଉଲ୍ଲେଖ କରାଯାଇଥିଲା, ଏବେ ଯୁବ କଂଗ୍ରେସ ଆନ୍ତର୍ଜାତିକ ସମୁଦାୟଙ୍କୁ ସହାୟତା ଯୋଗାଇ ଦେଉଛି। ‘ଆଇୱାଇସି’ର ଅଧ୍ୟକ୍ଷ ଶ୍ରୀନିବାସ ବିଭିଜୀଙ୍କ ନେତୃତ୍ବରେ ଟିମ୍‌ର ସଦସ୍ୟମାନେ ଅକ୍ସିଜେନ୍‌ ସିଲିଣ୍ଡର୍‌ ଯୋଗାଉଛନ୍ତି।

ଭାରତ ପାଇଁ ଆନ୍ତର୍ଜାତିକ ପ୍ରତିନିଧି ହୋଇଥିବାରୁ ସେମାନେ ‘ନୋଡାଲ୍‌ ମିନିଷ୍ଟ୍ରି’ ଅଟନ୍ତି। ସେହି କାରଣରୁ ବିଦେଶୀ ଦୂତାବାସମାନେ ସାଧାରଣତଃ, ବୈଦେଶିକ ବ୍ୟାପାର ମନ୍ତ୍ରାଳୟଠାରୁ ସହାୟତା ଲୋଡ଼ନ୍ତି।

ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଜୟରାମ ରମେଶ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍‌. ଜୟଶଙ୍କରଙ୍କୁ ସମାଲୋଚନା କରି କହିଲେ, ବିଦେଶୀ ଦୂତାବାସଙ୍କୁ ମନ୍ତ୍ରାଳୟ କି ସହାୟତା ଦେଉଛି? ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କ’ଣ ନିଦ୍ରା ଯାଇଛି?

କିନ୍ତୁ, ଏହାକୁ ଶସ୍ତା ରାଜନୀତି କହି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର୍‌ ଏସ୍‌ ଜୟଶଙ୍କର କଂଗ୍ରେସକୁ ପାଲଟା ସମାଲୋଚନା କରି କହିଲେ, ସମ୍ପ୍ରତି ଦୂତାବାସରେ କୋଭିଡ୍‌ ମାମଲା ନ ଥିବାରୁ ଏହା ଅବାଞ୍ଛିତ ସହଯୋଗ। ଜୟରାମଜୀ ବିଶ୍ବବ୍ୟାପୀ ଆମର ଲୋକମାନେ ଜାଣନ୍ତି ଯେ, ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କେବେ ନିଦ୍ରା ଯାଏ ନାହିଁ। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମଧ୍ୟ ମିଥ୍ୟାଚାର କରେ ନାହିଁ, କିଏ କରେ ଆମେ ଜାଣୁ।

The post ଭାରତୀୟ ଯୁବ କଂଗ୍ରେସ ବିଦେଶୀ ଦୂତାବାସକୁ ଅକ୍ସିଜେନ୍‌ ଯୋଗାଇବାରୁ ବିଜେପି ଓ କଂଗ୍ରେସ ମଧ୍ୟରେ ବିବାଦ ଆରମ୍ଭ first appeared on Sambad.

from ରାଜନୀତି | Sambad https://ift.tt/3aWp6LA