ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ଡେଲାଙ୍କ ବ୍ଲକରେ କଂଗ୍ରେସ ପକ୍ଷରୁ କର୍ମୀ ସମ୍ମିଳନୀ କରାଯାଇଛି। ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ବରେ କଂଗ୍ରେସର ଏକ ବିଧାୟକମଣ୍ଡଳୀ ଡେଲାଙ୍ଗ ବ୍ଲକର ବିଭିନ୍ନ ସ୍ଥାନରେ ଉପନିର୍ବାଚନ ପାଇଁ ଦଳୀୟ ଋଣନୀତି ନେଇ ଆଲୋଚନା କରିଥିଲେ। ଏଥିରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ବରିଷ୍ଠ କଂଗ୍ରେସ ନେତା ଶୁଭେନ୍ଦୁ ମହାନ୍ତି ପ୍ରମୁଖ ସାମିଲ ଥିଲେ।ପରେ ଏହି ପ୍ରତିନିଧିମଣ୍ଡଳୀ ଭୁବନେଶ୍ବର ଆପୋଲ ହସ୍ପିଟାଲ ଆସି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ।

The post ଡେଲାଙ୍ଗ ବ୍ଲକ୍‌ରେ କଂଗ୍ରେସ ବିଧାୟକମଣ୍ଡଳୀ first appeared on Sambad.

from ରାଜନୀତି | Sambad https://ift.tt/3uIkNeg