
କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ୩୪ଟି ଆସନରେ ଆଜି ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ୭୫.୬ ପ୍ରତିଶତ ମତଦାନ ହୋଇଛି। ୩୭ ମହିଳାଙ୍କ ସମେତ ମୋଟ ୨୬୮ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ବନ୍ଦ ହୋଇଛି। କରୋନା ସତ୍ତ୍ବେ ଆଜି ବୁଥ୍ଗୁଡ଼ିକ ସମ୍ମୁଖରେ ଭୋଟରଙ୍କ ଲମ୍ବାଧାଡ଼ି ଲାଗିଥିଲା। ସପ୍ତମ ପର୍ଯ୍ୟାୟରେ ମୋଟ ୭୯୬ କମ୍ପାନି ଯବାନ ମୁତୟନ ହୋଇଥିଲେ। ଆଜି ଭୋଟ୍ ଗ୍ରହଣ ଚାଲିଥିବାବେଳେ କିଛି ମହିଳାଙ୍କୁ ଟଣାଓଟରା ଅଭିଯୋଗରେ ଜଣେ ପୋଲିଂ ଏଜେଣ୍ଟ ଗିରଫ ହୋଇଛନ୍ତି। କୋଲକାତାର ରାସବିହାରୀ ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ସୁବ୍ରତ ଶାହାଙ୍କ ପୋଲିଂ ଏଜେଣ୍ଟ ମୋହନ ରାଓଙ୍କୁ ନିଉ ଆଲିପୁରର ବିଦ୍ୟା ଭାରତୀ ସ୍କୁଲର ମତଦାନ କେନ୍ଦ୍ରରେ କିଛି ମହିଳା ଟଣାଓଟରା କରିଥିଲେ। ଆସାନସୋଲ ଦକ୍ଷିଣ ବିଧାନସଭା କ୍ଷେତ୍ରରେ ତୃଣମୂଳ ବୁଥ୍ ଭଙ୍ଗାରୁଜା ହେବା ସହ ପୂର୍ବତନ ପାର୍ଷଦଙ୍କୁ କିଛି ଲୋକ ପିଟିଥିଲେ।
The post ପଶ୍ଚିମବଙ୍ଗ ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ୭୫.୬% ମତଦାନ first appeared on Sambad.from ରାଜନୀତି | Sambad https://ift.tt/3nq1XpR
0 Comments