ଭୁବନେଶ୍ବର : ପିପିଲି ଉପନିର୍ବାଚନରେ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ଜୋରଦାର ପ୍ରଚାର ଚଳାଇଛନ୍ତି। କର୍ମୀଙ୍କୁ ବଳ ଦେବା ପାଇଁ ଦୁଇ ଦଳର ହେଭିୱେଟ୍‌ ନେତା ପ୍ରଚାରରେ ସାମିଲ ହେବେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ପିପିଲିବାସୀଙ୍କୁ ସମ୍ବୋଧିତ କରିବେ। ଏଥି ପାଇଁ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇ ନ ଥିଲେ ବି ବିଜେଡି ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ନବୀନଙ୍କ ଭାଷଣ ଶୁଣାଇବା ପାଇଁ ପ୍ରତି ପଞ୍ଚାୟତରେ ବନ୍ଦୋବସ୍ତ କରାଯାଉଛି।

ବିଜେପି ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୧୩ ତାରିଖରେ ପ୍ରଚାରକୁ ଓହ୍ଲାଇବେ। ଶ୍ରୀ ପ୍ରଧାନ ପିପିଲିର ରୋଡ୍‌ ସୋ’ କରିବା ସହ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଉଦ୍‌ବୋଧନ ଦେବେ। ବିଜେପି ପକ୍ଷରୁ ଏଥିପାଇଁ ଆବଶ୍ୟକ ଯୋଜନା ପ୍ରସ୍ତୁତ କରାଯାଇଛି।

ଆସନ୍ତା ୧୭ ତାରିଖରେ ପିପିଲିରେ ମତଦାନ। ୧୫ ତାରିଖ ସନ୍ଧ୍ୟାରେ ପ୍ରଚାର ‌େଶଷ ହେବ। ତାହା ପୂର୍ବରୁ ଦୁଇ ଦଳର ଶୀର୍ଷ ନେତୃତ୍ବଙ୍କ ପ୍ରଚାର ରାଜନୈତିକ ମହଲରେ ବେଶ୍‌ ଗୁରୁତ୍ବ ବହନ କରୁଛି।

The post ପିପିଲି ଉପନିର୍ବାଚନ: ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ପ୍ରଚାର କରିବେ ନବୀନ first appeared on Sambad.

from ରାଜନୀତି | Sambad https://ift.tt/3uAyKdZ