କୋଲ୍‌କାତା: ଆଜି ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ ହେବାକୁ ଥିବା ନିର୍ବାଚନୀ ପ୍ରଚାର ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଦ୍‌ବୋଧନ ଦେବେ।

ପ୍ରାୟ ୧ ଘଣ୍ଟା ୧୫ ମିନିଟ୍‌ ବ୍ୟବଧାନରେ ଆରାମବାଗ ଲୋକସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଏହି ରାଲିରେ ଦୁଇ ନେତା ଉଦ୍‌ବୋଧନ ଦେବାର ସମ୍ଭାବନା ରହିଛି।

Image Courtesy of Asianet Newsable

ଦିନ ୧.୩୦ ମିନିଟ୍‌ରେ ମମତା ବାନାର୍ଜୀ ତାରକେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ତା’ ପାଖ ବିଧାନସଭା ନିର୍ବାଚନ ମଣ୍ଡଳୀ ହରିପାଲ୍‌ରେ ଅପରାହ୍ଣ ପ୍ରାୟ ୨.୪୫ରେ ଉଦ୍‌ବୋଧନ ଦେବେ।

ଆରାମବାଗ ଲୋକସଭା ଆସନ ଅନ୍ତର୍ଗତ କୋଲ୍‌କାତା ଠାରୁ ୬୩ କିଲୋମିଟର ଦୂର ତାରକେଶ୍ୱର ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ଏକ ଜନପ୍ରିୟ ହିନ୍ଦୁ ତୀର୍ଥ ନଗରୀ। ବାବା ତାରକନାଥ ଭାବେ ସୁପରିଚିତ ୧୭୨୯ରେ ନିର୍ମିତ ଶିବ ମନ୍ଦିର ପାଇଁ ତାରକେଶ୍ୱର ପ୍ରସିଦ୍ଧି ଲାଭ କରିଛି। ଏପ୍ରିଲ୍‌ ୬ ତାରିଖରେ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ନିମନ୍ତେ ସେଠାରେ ଭୋଟ୍‌ ଗ୍ରହଣ କରାଯିବ।

The post ଆଜି ହୁଗୁଳିରେ ନିର୍ବାଚନୀ ରାଲିରେ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ first appeared on Sambad.

from ରାଜନୀତି | Sambad https://ift.tt/3wo29tO