
କୋକ୍ରାଝର: ଆସାମର ପାରମ୍ପରିକ ‘ଗମୋସା’କୁ ଅସମ୍ମାନ କରିଥିବା ‘ଏଆଇୟୁଡିଏଫ୍’ ମୁଖ୍ୟ ବଦ୍ରୁଦ୍ଦିନ୍ ଅଜ୍ମଲ୍ଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ସମାଲୋଚନା କରିଛନ୍ତି।
ଆସାମରେ ଏକ ନିର୍ବାଚନ ରାଲିରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ, ଏହି ଘଟଣାରେ ଲୋକେ ଆଘାତ ପାଇବା ସହ କ୍ରୋଧାନ୍ଵିତ ହୋଇଛନ୍ତି।
ଏହାକୁ ଆସାମୀ ସଂସ୍କୃତି ପ୍ରତି ଅପମାନ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। କୋକ୍ରାଝରରେ ଚାଲିଥିବା ଏହି ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ କହିଲେ ଯେ, ‘ଗମୋସା’ ହେଉଛି ଆସାମ ମହିଳାମାନଙ୍କର କଠିନ ପରିଶ୍ରମର ସଙ୍କେତ। ‘ଏଆଇୟୁଡିଏଫ୍’ ନେତା ଏହାକୁ ସର୍ବସାଧାରଣରେ ଅସମ୍ମାନ କରିଛନ୍ତି।
ସୂଚନାଯୋଗ୍ୟ କି, ଏକ ନିର୍ବାଚନ ପ୍ରଚାର ମଞ୍ଚରେ ବଦ୍ରୁଦ୍ଦିନ୍ ଅଜ୍ମଲ୍ ପାରମ୍ପରିକ ଗମୋସା ଫିଙ୍ଗୁଥିବାର ଦୃଶ୍ୟଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା।
ଏହା ଆସାମବାସୀଙ୍କୁ ଆଘାତ ଦେବା ସହ କ୍ରୋଧାନ୍ଵିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ବାଲାଟ୍ ଜରିଆରେ ଲୋକେ ଏହାର ଉପଯୁକ୍ତ ଜବାବ ଦେବେ। ଏଥିପାଇଁ କଂଗ୍ରେସ ଓ ତା’ର ମେଣ୍ଟ ଦଳମାନେ ଦଣ୍ଡ ପାଇବେ। ସେମାନେ ଆମ କଠିନ ଶ୍ରମ ଅର୍ଜିତ ଶାନ୍ତି ଲୁଟ୍ କରି ନେଇ ପାରିବେ ନାହିଁ।
The post ଆସାମର ପାରମ୍ପରିକ ‘ଗମୋସା’କୁ ଅସମ୍ମାନ କରିଥିବା ‘ଏଆଇୟୁଡିଏଫ୍’ ମୁଖ୍ୟ ବଦ୍ରୁଦ୍ଦିନ୍ ଅଜ୍ମଲ୍ଙ୍କୁ ସମାଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ first appeared on Sambad.from ରାଜନୀତି | Sambad https://ift.tt/3sKWLid
0 Comments