ବଲାଙ୍ଗୀର: ଶାନ୍ତିପ୍ରିୟ ବଲାଙ୍ଗୀର ସହରରେ ଆଇନଶୃଙ୍ଖଳା ବିଗୁଡୁଛି। ନିକଟରେ ଘଟିଥିବା କଲେଜ ପିଲାଙ୍କ କଙ୍ଗାରୁକୋର୍ଟ ଗଣ୍ଡଗୋଳ ଘଟଣାରେ ଛାତ୍ର କଂଗ୍ରେସର ସଂପୃକ୍ତି ଥିବା ସାମ୍ବାଦିକ ସମ୍ମିଳନୀରେ ବିଜେଡି ଅଭିଯୋଗ କରିଛି। ବଲାଙ୍ଗୀର ଯୁବ ଛାତ୍ର ବିଜେଡି ପକ୍ଷରୁ ସାମ୍ବାଦିକ ଭବନଠାରେ ଆୟୋଜିତ ସମ୍ମିଳନୀରେ କୁହାଯାଇଛି ଯେ ଗତ ୫ ତାରିଖରେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଜଣେ ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଗତ ୯ତାରିଖ ଦିନ ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ଏଥିରେ ୬ଜଣଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି। ୬ ଜଣଙ୍କ ଭିତରୁ ୨ଜଣ ଛାତ୍ର କଂଗ୍ରେସର ସଦସ୍ୟ ରହିଥିବା ଯୁବ ଓ ଛାତ୍ର ବିଜେଡି ଅଭିଯୋଗ କରିଛି।

କିଛି ଫଟୋକୁ ଦେଖାଇ କୁହାଯାଇଛି ଅଭିଯୁକ୍ତ ଦୁଇଜଣ ବିଧାୟକ ଓ କଂଗ୍ରେସର ଅନ୍ୟ ପଦପଦବିରେ ଥିବା ନେତାଙ୍କ ଛତ୍ରଛାୟାରେ ଏହିଭଳି କାଣ୍ଡ କରିବାକୁ ସାହସ ଜୁଟାଇଥିବା ଅଭିଯୋଗ କରାଯାଇଛି। ସମଗ୍ର ଘଟଣାକୁ ଯୁବ ଛାତ୍ର ବିଜେଡି ନିନ୍ଦା କରିବା ସହ ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି। ଏହାସହ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ ଅଣଛାତ୍ରଙ୍କ ଅନୁପ୍ରବେଶକୁ ବନ୍ଦ କରାଯାଉ ବୋଲି ଦାବି କରାଯାଇଛି।

ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତା, ଜିଲ୍ଲା ଛାତ୍ର ବିଜେଡି ସଭାପତି ଗୁଞ୍ଜ ଖାନ, ରାଜ୍ୟ ବିଜେଡି ଛାତ୍ର ସମ୍ପାଦକ ସୁମନ ନନ୍ଦ, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଗୋବିନ୍ଦ ଶତପଥୀ, ଆଇଟିସେଲର ବିଭୂତି ଭୂଷଣ ମିଶ୍ର ମଂଚାସୀନ ଥିବା ବେଳେ ଦୀପକ ପଣ୍ଡା, ସୁନ୍ଦର ବିଶି, ବିକାଶ ମୁଦୁଲି, ରାଜେଶ ସାହୁ, ପ୍ରତୀକ ତ୍ରିପାଠୀ, ଶତ୍ରୁଘ୍ନ ବାଗ ଓ ଶତାବ୍ଦୀ ନନ୍ଦ ପ୍ରମୁଖ ଉପସ୍ଥିତଥିଲେ।

The post କଲେଜ ପିଲାଙ୍କ କଙ୍ଗାରୁ କୋର୍ଟ! ଅଭିଯୁକ୍ତଙ୍କ ଭିତରେ ୨ଜଣ ଛାତ୍ର କଂଗ୍ରେସର ସଦସ୍ୟ: ଯୁବ ବିଜେଡି first appeared on Sambad.

from ରାଜନୀତି | Sambad https://ift.tt/3mOwTzX