ଖୋର୍ଦ୍ଧା: ଗଂଜାମ ଗସ୍ତ ବେଳେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ୪ ଜଣିଆ ପ୍ରତିନିଧି ଦଳ ମଳିପଡ଼ାରେ ବିଜେପିର କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିଛନ୍ତି। ଆଜି ପୂର୍ବାହ୍ଣରେ ଶ୍ରୀ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମହେଶ ମହାନ୍ତି ମଳିପଡ଼ାରେ ପହଂଚିଥିଲେ।  ସେଠାରେ ବିଜେପିର କାର୍ଯ୍ୟକର୍ତା ଓ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଆଲୋଚନାରେ ୧୪ଶ ଅର୍ଥ କମିସନରେ ଗ୍ରାମାଂଚଳର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ବର୍ଦ୍ଧିତ ଅର୍ଥବରାଦ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡାୟତରାୟ, ଦକ୍ଷୀଣ ଖୋର୍ଦ୍ଧା ମଣ୍ଡଳ ସଭାପତି ସୀତାରାମ ରାଉତରାୟ, ନିରାକାରପୁର ମଣ୍ଡଳ ସଭାପତି ବିପିନ କୁମାର ପାଲଟାସିଂହ, ଓବିସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ କେଳୁ ଜଗଦ୍ଦେବ, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀରଂଜନ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ।

The post ଖୋର୍ଦ୍ଧା: ମଳିପଡ଼ାରେ ବିଜେପି ପ୍ରତିନିଧିଦଳ  first appeared on Sambad.



from ରାଜନୀତି – Sambad https://ift.tt/3kTMptn