କୋଲକାତା: ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ପଶ୍ଚିମବଙ୍ଗର ଗୋସାବା ଠାରେ ଆୟୋଜିତ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି କହିଛନ୍ତି ଯେ ଏହି ଅଞ୍ଚଳ କୋଲକାତା ମହାନଗରୀର ଏତେ ନିକଟତର ହୋଇଥିଲେ ମଧ୍ୟ ବର୍ଷ ବର୍ଷ ଧରି ଏହା ବିକାଶରୁ ବଞ୍ଚିତ ହୋଇରହିଛି।

ଗୋସାବା ରାଲିରେ ଅମିତ ଶାହା ଅଭିଯୋଗ କରି କହିଛନ୍ତି ଯେ ବିକାଶ ଅଭାବରୁ ଲୋକେ ମମତା ବାନାର୍ଜୀଙ୍କ ସରକାର ଉପରେ ଆକ୍ରମଣ କରୁଥିବାବେଳେ ଦକ୍ଷିଣ ୨୪ପରଗାନାର ଏହି ଅଞ୍ଚଳକୁ ବିଜେପି ବିଶୁଦ୍ଧ ପାନୀୟ ଜଳ ଆଣିବ। ସେ କହିଛନ୍ତି, ଗୋସାବା ୯ଟି ଦ୍ୱୀପପୁଞ୍ଜକୁ ନେଇ ଗଠିତ କିନ୍ତୁ ଏଠାରେ ପାନୀୟ ଜଳ ନାହିଁ।

ମୋଦୀଜୀ ଆମ୍ଫାନ ରିଲିଫ ପାଇଁ ୧୦,୦୦୦ କୋଟି ଟଙ୍କା ପଠାଇଥିଲେ। ଆପଣ ଏଥିରୁ କିଛି ଦେଖିଛନ୍ତି କି? ମମତା ବାନାର୍ଜୀ ଏବଂ ତାଙ୍କ ପୁତୁରା, ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଏବଂ ସେମାନଙ୍କ ସହଯୋଗୀମାନେ ଆପଣଙ୍କ ପାଖକୁ ଆସି ରିଲିଫ୍‌ ଅର୍ଥକୁ ପଠାଇ ନାହାନ୍ତି। କିନ୍ତୁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ଥରେ ଆମେ କ୍ଷମତାକୁ ଆସିବା ପରେ, ଆମେ ଏକ ଏସ୍‌ଆଇଟି ଗଠନ କରିବୁ ଏବଂ ଏହି ପାଣ୍ଠିର ସମସ୍ତ ଦୁର୍ନୀତିର ତଦନ୍ତ କରିବୁ କାହାକୁ କ୍ଷମା କରାଯିବ ନାହିଁ।

ଅମିତ ଶାହା ଆହୁରି ମଧ୍ୟ କହିଛନ୍ତି ଯେ ଯଦି ବଙ୍ଗଳାରେ ବିଜେପି କ୍ଷମତାକୁ ଆସେ ତେବେ ସୁନ୍ଦରବାନ ଅଞ୍ଚଳର ବିକାଶ ପାଇଁ ବିଜେପି ୨ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବ ଏବଂ ଏହି ଅଞ୍ଚଳକୁ ଏକ ଅଲଗା ଜିଲ୍ଲାର ମାନ୍ୟତା ଦେବ। ଅମିତ ଶାହା କହିଛନ୍ତି ଯେ ଆମେ ସୁନ୍ଦରବାନ ଅଞ୍ଚଳ ପାଇଁ ଏକ ବିକାଶ ବୋର୍ଡ ଗଠନ କରିବୁ ଏବଂ ଏହାକୁ ରାଜ୍ୟର ସବୁଠାରୁ ଉନ୍ନତ ଅଞ୍ଚଳ କରିବୁ।
ଏହା ପରେ ବିଜେପି ନେତା ଘୋଷଣା କରିଥିଲେ ଯେ ସୁନ୍ଦରବାନ୍‌ ଠାରେ ଏକ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ହେବ ଏବଂ ଲୋକଙ୍କୁ ଚିକିତ୍ସା ପାଇଁ ଆଉ କୋଲକାତା ଯିବାକୁ ପଡ଼ିବ ନାହିଁ। ବିଜେପି କ୍ଷମତାକୁ ଆସିବା ପରେ ଦଳ ଏହି ଅଞ୍ଚଳରେ ୧,୫୦୦ କୋଟି ଟଙ୍କାର କାର୍ଯ୍ୟକ୍ରମ ଏବଂ ଯୋଜନା କାର୍ଯ୍ୟକାରୀ କରିବ ବୋଲି ଘୋଷଣା କରିଛନ୍ତି ଅମିତ ଶାହା।

The post ‘ମୋଦୀ ସରକାର ଆମ୍ଫାନ ରିଲିଫ ୧୦,୦୦୦କୋଟି ପଠାଇଥିଲେ, ପୁତୁରା ଆପଣଙ୍କୁ ଦେଖିବାକୁ ଦେଲେନାହିଁ’: ଅମିତ ଶାହା first appeared on Sambad.

from ରାଜନୀତି | Sambad https://ift.tt/3d2ZI6W