କଡ଼ାଇକାଲ୍‌(ପୁଡୁଚେରୀ) : ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଜୟ ଲକ୍ଷ୍ୟରେ ସବୁ ଦଳ ଅଣ୍ଟା ଭିଡ଼ିଛନ୍ତି। ତାମିଲନାଡ଼ୁରେ ଏଆଇଏଡିଏମ୍‌କେ-ପିଏମ୍‌କେ-ବିଜେପି ମେଣ୍ଟ ପ୍ରଚାର ଅଭିଯାନକୁ ଜୋର୍‌ଦାର କରିଥିବା ବେଳେ ଆଜି କେନ୍ଦ୍ରଶାସିତ ରାଜ୍ୟ ପୁଡୁଚେରୀର କଡ଼ାଇକାଲ୍‌ରେ ଆୟୋଜିତ ନିର୍ବାଚନୀ ସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ପୁଡ଼ୁଚେରୀର କଂଗ୍ରେସ ସରକାର ଗାଦିଚ୍ୟୁତ ହେବାପଛରେ ଏକମାତ୍ର କାରଣ ‘କଟ୍‌ ମନି’। ରାଜ୍ୟରେ ବିଭିନ୍ନ ଯୋଜନାରେ ଦୁର୍ନୀତି ଏବଂ କଂଗ୍ରେସକୁ କମିସନ ଯୋଗାଇବା କାରଣରୁ ଦଳକୁ ଏଭଳି ପତନର ସମ୍ମୁଖୀନ ହେବାକୁ ପଡ଼ିଛି ବୋଲି ଶାହ ସିଧାସଳଖ ଆକ୍ଷେପ କରିଛନ୍ତି। ପୁଡ଼ୁଚେରୀରେ କଂଗ୍ରେସ ସରକାର କ୍ଷମତାଚ୍ୟୁତ ହୋଇ ରାଷ୍ଟ୍ରପତି ଶାସନ ଜାରି ହେବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ବାମୀଙ୍କୁ ଦାୟୀ କରିଛନ୍ତି ଶାହ। କେବଳ ପୁଡ଼ୁଚେରୀ ନୁହେଁ ସମଗ୍ର ଦେଶରେ ବହୁ ନେତା କଂଗ୍ରେସ ଛାଡ଼ୁଛନ୍ତି। ଏହାର ଏକମାତ୍ର କାରଣ ପରିବାରବାଦ। ଅତୀତରେ କଂଗ୍ରେସ ସରକାର ଏ ରାଜ୍ୟ ପାଇଁ କିଛି ହେଲେ କରିନାହାନ୍ତି। ବରଂ ରାଜ୍ୟକୁ ଆସୁଥିବା କେନ୍ଦ୍ରୀୟ ଅନୁଦାନରୁ ଗାନ୍ଧି ପରିବାରକୁ କମିସନ୍‌ ଦେଇଛନ୍ତି ବୋଲି ଶାହ ତାଙ୍କ ଉଦ୍‌ବୋଧନରେ କହିଛନ୍ତି।

The post ପରିବାରବାଦ ପାଇଁ କଂଗ୍ରେସ ଭୁଶୁଡ଼ି ଚାଲିଛି: ଅମିତ ଶାହ first appeared on Sambad.



from ରାଜନୀତି – Sambad https://ift.tt/3r2r6I4