
କୋଲକାତା: ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ପଶ୍ଚିମବଙ୍ଗରେ ଆରମ୍ଭ କରାଯାଇଥିବା ପରିବର୍ତ୍ତନ ଯାତ୍ରା ନାମରେ ରୋଡ୍ ସୋ’କୁ ଆଜି ତୀବ୍ର କଟାକ୍ଷ କରିଛନ୍ତି ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା କହିଛନ୍ତି, ‘ରଥ ଦେବୀ ଦେବତାଙ୍କ ପାଇଁ; ରାଜନେତାଙ୍କ ପାଇଁ ନୁହେଁ’।
ଆଗାମୀ ବିଧାନସଭା ନିର୍ବାଚନରେ କ୍ଷମତା ହାସଲ କରିବା ଉଦ୍ଦେଶ୍ୟରେ ବିଜେପି ଏବେ ପଶ୍ଚିମବଙ୍ଗରେ ହୀନ ବିଭାଜନ ରାଜନୀତିରେ ଲିପ୍ତ ଥିବା ମମତା ଅଭିଯୋଗ କରିଛନ୍ତି। ଧର୍ମ ଆଧାରରେ ସମାଜରେ ବିଭାଜନ ସୃଷ୍ଟି କରିବା ହେଉଛି ସେମାନଙ୍କର ଏକମାତ୍ର ରାଜନୈତିକ ଏଜେଣ୍ଡା। ନିଜର ସଂକୀର୍ଣ୍ଣ ସ୍ୱାର୍ଥ ହାସଲ ପାଇଁ ସେମାନଙ୍କ ଦଳ ହିନ୍ଦୁ ଧର୍ମ ବିଷୟରେ ମିଥ୍ୟା ପ୍ରଚାର କରିବାକୁ ସୁଦ୍ଧା କୁଣ୍ଠିତ ହେଉ ନଥିବା ସେ ଅଭିଯୋଗ କରିଛନ୍ତି।
ଆମ ପାଇଁ ‘ରଥ’ ଅର୍ଥ ଜଗତରନାଥ ଭଗବାନ ଜଗନ୍ନାଥଙ୍କ ରଥ। କିନ୍ତୁ ବିଜେପି ଏକ ପଞ୍ଚ ତାରକା ‘ରଥ’ରେ ବୁଲାବୁଲି କରିବା ସହ ଧାର୍ମିକ ଭାବନାକୁ ଆଘାତ କରୁଛନ୍ତି। ସେମାନେ ସୋନାର ବଙ୍ଗଳା ସୃଷ୍ଟି କରିବାକୁ ନୁହେଁ ବରଂ ଏହାକୁ ଡଙ୍ଗର (ଦଙ୍ଗା) ବଙ୍ଗଳା କରିବା ପାଇଁ ଆସିଛନ୍ତି ବୋଲି ମମତା କହିଛନ୍ତି।
ତୃଣମୂଳ ଛାଡ଼ି ବିଜେପିରେ ଯୋଗ ଦେଇଥିବା ନେତାଙ୍କ ସଂପର୍କରେ ମମତା କହିଛନ୍ତି, ବିଜେପି ଅଳ୍ପ ଲୋକଙ୍କୁ କିଣିପାରେ କିନ୍ତୁ ମୁଁ ସେମାନଙ୍କୁ ବଙ୍ଗଳାକୁ ବିଜେପିକୁ ବିକ୍ରୟ କରିବାକୁ ଦେବି ନାହିଁ। ତିନି ପ୍ରକାରର ନେତା ଅଛନ୍ତି- ‘ଲୋଭୀ’, ‘ଭୋଗୀ’ ଏବଂ ‘ତ୍ୟାଗୀ’। ‘ଭୋଗୀ’ ଏବଂ ‘ଲୋଭୀ’ ସେମାନଙ୍କର ଆଦର୍ଶ ବିକ୍ରୟ କରିପାରନ୍ତି କିନ୍ତୁ ‘ତ୍ୟାଗୀ’ ଏପରି ଲୋକଙ୍କ ଆଗରେ ନିଜକୁ କେବେ ବିକ୍ରୟ କରିବେ ନାହିଁ। ମୁଁ ଖୁସି ଯେ ଟିଏମସି ଏପରି ‘ଲେଭୀ’ ନେତାମାନଙ୍କ ଠାରୁ ମୁକ୍ତି ପାଇ ଯାଇଛି ବୋଲି କହିଛନ୍ତି ମମତା।
The post ‘ରଥ ଜଗନ୍ନାଥଙ୍କ ପାଇଁ; ରାଜନେତାଙ୍କ ପାଇଁ ନୁହେଁ’: ବିଜେପିର ରୋଡ୍ ସୋ’କୁ କଟାକ୍ଷ କଲେ ମମତା first appeared on Sambad.
from ରାଜନୀତି – Sambad https://ift.tt/3pbsjuW
0 Comments