କୋଲକାତା: ପଶ୍ଚିମବଙ୍ଗ ରାଜ୍ୟ ବିଧାନସଭା ନିର୍ବାଚନକୁ ଆଉ ତିନିରୁ ଚାରି ମାସ ବାକି ରହି ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ସୁଶ୍ରୀ ମମତା ବାନାର୍ଜୀଙ୍କୁ ଆଜି (ଶୁକ୍ରବାର) ଲାଗିଛି ଆଉ ଏକ ବଡ଼ ଝଟକା। ଟିଏମ୍‌ସିର ଅନ୍ୟତମ ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗ ରାଜ୍ୟ ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାକୁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଗ୍ରହଣ କରି ନେଇଥିବା ଜାଣିବାକୁ ମିଳିଛି।

ପଶ୍ଚିମବଙ୍ଗର ଲୋକଙ୍କ ସେବା କରିବା ଏକ ଗର୍ବର ବିଷୟ। ଏହି ସୁଯୋଗ ପାଇଥିବାରୁ ମୁଁ ହୃଦୟରୁ ପଶ୍ଚିମବଙ୍ଗ ବାସୀଙ୍କୁ କୃତଜ୍ଞତା ଜଣାଉଛି ବୋଲି ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି। ପଶ୍ଚିମବଙ୍ଗ ବାସୀଙ୍କୁ ମୁଁ ମୋର ସମ୍ପ୍ରସାରିତ ପରିବାର ଭାବରେ ବିବେଚନା କରି ଆସିଛି ଏବଂ ସେମାନଙ୍କର ସମର୍ଥନ ମୋତେ ସର୍ବଦା ଆହୁରି ଆଗକୁ ଯିବାକୁ ପ୍ରେରଣା ଦେଇଛି। ତେଣୁ ମୁଁ ଟିଏମ୍‌ସିରୁ ମୋର ଆନୁଷ୍ଠାନିକ ଇସ୍ତଫା ଘୋଷଣା କରୁଛି। ଏବଂ ଆଗାମୀ ଦିନରେ ଆପଣମାନଙ୍କର ଆହୁରି ନିକଟତର ହେବାକୁ ପ୍ରଚେଷ୍ଟା କରୁଛି। ଏହି ପରିପ୍ରେକ୍ଷୀରେ ଟିଏମ୍‌ସିରୁ ଇସ୍ତଫା ଦେଇଥିବା ରାଜୀବ ବାନାର୍ଜୀ ଆଗାମୀ ଦିନରେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଆଲୋଚନା ଜୋର ଧରିଛି।

The post ଦିଦିଙ୍କୁ ଝଟକା: ଇସ୍ତଫା ଦେଲେ ପଶ୍ଚିମବଙ୍ଗ ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ first appeared on Sambad.



from ରାଜନୀତି – Sambad https://ift.tt/3sM0P20