
ବାରିପଦା: ପରୀ ପାଇଁ ନ୍ୟାୟ ଦାବିରେ ବିଜେପି ବାରିପଦା ବିଧାନସଭା କ୍ଷେତ୍ରରେ ଆଜି ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପ୍ରକାଶ ସୋରେନଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ପଦଯାତ୍ରା ମଧୁବନରୁ ଆରମ୍ଭ ହୋଇ ଭଞ୍ଜପୁରରେ ସମାପ୍ତ ହୋଇଥିଲା। ପରୀ ହତ୍ୟା ଘଟଣାରେ ଜଡ଼ିତ ମନ୍ତ୍ରୀଙ୍କ ଇସ୍ତଫା ସହିତ ସିବିଆଇ ତଦନ୍ତ ଦାବି କରିଥିଲା ଦଳ। ଏସଆଇଟି ତଦନ୍ତ ସମ୍ପୂର୍ଣ୍ଣ ପ୍ରହସନ ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଥିଲା। ଏଥି ସହିତ ଆଜି ସାନ୍ତାଳୀ ଦିବସ ଥିବାରୁ ଦଳ ପକ୍ଷରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପଦଯାତ୍ରାରେ ଲକ୍ଷ୍ମୀଧର ହାବଡ଼ା, ଛୋଟେଲାଲ ମହାନ୍ତ, ଶୋଭାବତୀ ଓତା, ପରେଶ ମହାନ୍ତ, ସୁମନ ସିଂ, କୁମାର ମଙ୍ଗଳମ, ଦେବବ୍ରତ ସାମଲ, ମନୋଜ ମହାନ୍ତି, ଅନୀତା ସେଠୀ ପ୍ରମୁଖଙ୍କ ସମେତ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଓ ସମର୍ଥକ ସାମିଲ ହୋଇଥିଲେ।

The post ପରୀ ପାଇଁ ନ୍ୟାୟ ଦାବିରେ ବିଜେପିର ପଦଯାତ୍ରା first appeared on Sambad.
from ରାଜନୀତି – Sambad https://ift.tt/2WFWui9
0 Comments