
ନୂଆଦିଲ୍ଲୀ : କେରଳରେ ହେବାକୁ ଥିବା ପଞ୍ଚାୟତ, ପୌରପାଳିକା ଏବଂ ପୌରନିଗମ ନିର୍ବାଚନ ପାଇଁ ଏଥର ବିଜେପି ନୂଆ ରଣନୀତି ଗ୍ରହଣ କରିଛି। ଆସନ୍ତା ଡିସେମ୍ବର ୮, ୧୦ ଏବଂ ୧୪ ତାରିଖରେ କେରଳରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନ ପାଇଁ ବିଜେପି ୬୦୦ରୁ ଅଧିକ ମୁସଲିମ୍ ଏବଂ ଖ୍ରୀଷ୍ଟିଆନ୍ଙ୍କୁ ପ୍ରାର୍ଥୀ କରିବା ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି। ବିଜେପି ୧୧୨ ମୁସଲିମ୍ ଏବଂ ୫୦୦ ଖ୍ରୀଷ୍ଟିଆନ୍ଙ୍କୁ କେରଳ ନିର୍ବାଚନରେ ପ୍ରାର୍ଥୀ କରିଛି।
ତେବେ ବିଜେପିର ବରିଷ୍ଠ ମୁସଲିମ୍ ଏବଂ ଖ୍ରୀଷ୍ଟିଆନ୍ ନେତା ଏହି ନିଷ୍ପତ୍ତିକୁ ଜୋର୍ଦାର ସ୍ବାଗତ କରିବା ସହ ଦଳ ଏହାଦ୍ବାରା ଲାଭବାନ୍ ହେବ ବୋଲି ଆଶା ପ୍ରକଟ କରିଛନ୍ତି। ୩ ବରିଷ୍ଠ ବିଜେପି ନେତା ତଥା ଦଳର ଜାତୀୟ ଉପସଭାପତି ଏପି ଅବଦୁଲାକୁଟ୍ଟି, ଜାତୀୟ ମୁଖପାତ୍ର ଟମ୍ ଭଡ଼କ୍କାନ୍ ଏବଂ ରାଜ୍ୟସଭା ସାଂସଦ କେଜେ ଆଲଫନ୍ସ କେରଳର ସଂଖ୍ୟାଲଘୁ ସମ୍ପ୍ରଦାୟରୁ ଆସିଛନ୍ତି। ତେବେ ବିଜେପିର ଏହି ରଣନୀତିରେ କଂଗ୍ରେସ ଏବଂ ବାମମେଣ୍ଟ ଛାନିଆ ହୋଇଯାଇଛନ୍ତି। କେରଳ ଜନସଂଖ୍ୟାର ୪୫ ପ୍ରତିଶତ ହେଉଛନ୍ତି ସଂଖ୍ୟାଲଘୁ। ସିପିଏମ୍ ନେତୃତ୍ବାଧୀନ ଏଲ୍ଡିଏଫ୍ (ଲେଫ୍ଟ ଡେମୋକ୍ରାଟିକ୍ ଫ୍ରଣ୍ଟ୍) ଏବଂ ମୁଖ୍ୟ ବିରୋଧୀ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ୍ (ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ୍) କେରଳରେ ଶାସନ କରିଥାନ୍ତି। ବିଜେପିର ଏହି ରଣନୀତି ସେମାନଙ୍କ ପାଇଁ ଅଡ଼ୁଆ ବଢ଼ାଇବ ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି।
The post କେରଳରେ ପଞ୍ଚାୟତ-ପୌର ନିର୍ବାଚନ : ୬୦୦ରୁ ଅଧିକ ମୁସ୍ଲିମ, ଖ୍ରୀଷ୍ଟିଆନ୍ଙ୍କୁ ପ୍ରାର୍ଥୀ କରିଛି ବିଜେପି first appeared on Sambad.
from ରାଜନୀତି – Sambad https://ift.tt/37yJYGk
0 Comments