
ବାଲେଶ୍ବର: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ସମର୍ଥନ କରି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆସନ୍ତା ୨୯ ତାରିଖ ଦିନ ୧୦ଟାରେ ବାଲେଶ୍ବର କୁରୁଡ଼ାହାଟ ପଡ଼ିଆଠାରେ ଏକ ବିଶାଳ ଚାଷୀ ସମାବେଶ ଅନୁଷ୍ଠିତ ହେବ। ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ସଂପାଦକ ତଥା ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ, ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ, ବରିଷ୍ଠ ବିଧାୟକ ମୋହନ ଚରଣ ମାଝୀ, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଡକ୍ଟର ଶମ୍ଭୁ କୁମାର, ରାଷ୍ଟ୍ରୀୟ ଉପ ସଭାପତି ମହେଶ୍ବର ସାହୁ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରଘୁନାଥ ମହାନ୍ତି, ପଦ୍ମଲୋଚନ ପଣ୍ଡାଙ୍କ ସମେତ ପାଞ୍ଚ ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତି ଏବଂ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିବେ।
The post ୨୯ରେ ବିଜେପିର ବିଶାଳ ଚାଷୀ ସମାବେଶ first appeared on Sambad.
from ରାଜନୀତି – Sambad https://ift.tt/37RRn4T
0 Comments