ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ରାଜ୍ୟପାଳ ଫାଗୁ ଚୌହାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ଚଳିତ ବିଧାନସଭା ଭଙ୍ଗ କରିବାକୁ ସେ ରାଜ୍ୟପାଳଙ୍କୁ ସୁପାରିସ କରିଛନ୍ତି। ବିହାରରେ ଏବେ ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ୧୫ ନଭେମ୍ବରରେ ଏନ୍‌ଡିଏର ବୈଠକ ହେବ ଏବଂ ନେତା ନିର୍ବାଚନ କରାଯିବ।

ରାଜ୍ୟପାଳ ଆଜି ନୀତୀଶଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ଏବଂ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ତାଙ୍କୁ କାର୍ଯ୍ୟବାହକ ମୁଖ୍ୟମନ୍ତ୍ରୀ ଭାବେ କାମ ଜାରି ରଖିବାକୁ କହିଛନ୍ତି। ନୀତୀଶ କୁମାର ଆନୁଷ୍ଠାନିକ ଭାବେ ଏନ୍‌ଡିଏ ନେତା ନିର୍ବାଚନ ହେବାରେ କୌଣସି ପ୍ରତିବନ୍ଧକ ନଥିବାରୁ ଆସନ୍ତା ୧୬ କିମ୍ବା ୧୭ ତାରିଖରେ ନୀତୀଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। ନୂଆ ସରକାର ଗଠନ ପାଇଁ ଏନ୍‌ଡିଏର ତତ୍ପରତାକୁ ଆର୍‌ଜେଡି କଡ଼ା ସମାଲୋଚନା କରିଛି ଏବଂ ଏନ୍‌ଡିଏ ସରକାର ଛଳନା କରି ନିର୍ବାଚନ ପରିଣାମକୁ ନିଜ ସପକ୍ଷରେ ହଡ଼ପ କରିନେଇଛି ବୋଲି ଆର୍‌ଜେଡି ନେତା ମନୋଜ ଝା କହିଛନ୍ତି।

The post ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ, ବିଧାନସଭା ଭଙ୍ଗ କରିବାକୁ ସୁପାରିସ first appeared on Sambad.



from ରାଜନୀତି – Sambad https://ift.tt/3plJ0oK