
ଭୁବନେଶ୍ବର : ଆଜି ରାଜ୍ୟ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ଛାମୁଆ ଛାତ୍ର ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଦେଓଗଡ, ବରଗଡ, ବୌଦ୍ଧ, ଗଜପତି, ଏବଂ ରାଉରକେଲା ଜିଲ୍ଲା ର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି।
ଏହି କମିଟିରେ ଜିଲ୍ଲାର ସଂଗ୍ରାମୀ ଛାତ୍ର ନେତା ମାନଙ୍କୁ ସାମିଲ କରାଯାଇଛି। ଏହା ସହିତ ନୂତନ ଜିଲ୍ଲା କମିଟିରେ ଜିଲ୍ଲା ସଭାପତି ସମେତ ୧୦ ଜଣ ଜିଲ୍ଲା ଉପସଭାପତି,୧୦ ଜଣ ଜିଲ୍ଲା ସାଧାରଣ ସମ୍ପାଦକ,୨୦ ଜଣ ସମ୍ପାଦକ ଏବଂ ୨ ଜଣ ସୋସିଆଲ ମିଡିଆ କୋଡିନେଟ୍ ର ଭାବେ ନିଯୁକ୍ତି ପାଇଛନ୍ତି ବୋଲି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି। ଏହି ନୂତନ କମିଟି ଫଳରେ ଛାତ୍ର ସମାଜର ରାଜନୈତିକ କ୍ରିୟାଶୀଳତାରେ ବିଶେଷ ଯୋଗଦାନ ହୋଇପାରିବ।
The post ବିଜୁ ଛାତ୍ର ଜନତା ଦଳର ଦେଓଗଡ଼, ବରଗଡ, ବୌଦ୍ଧ, ଗଜପତି, ଏବଂ ରାଉରକେଲା ଜିଲ୍ଲାର ନୂତନ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା first appeared on Sambad.
from ରାଜନୀତି – Sambad https://ift.tt/3fJLzg0
0 Comments