
ଭୁବନେଶ୍ୱର : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନର ଫଳାଫଳକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଏହି ଫଳାଫଳକୁ ସ୍ବୀକାର କରିବା ସହ ଗଣତନ୍ତ୍ରରେ ଜନତାଙ୍କ ରାୟକୁ ସମ୍ମାନ ଜଣାଉଛି। ଆଗାମୀ ଦିନରେ ଆମେ ରାଜ୍ୟର ପ୍ରତ୍ୟେକ ବୁଥ୍ରେ ସଂଗଠନକୁ ସୁଦୃଢ଼ କରିବା ସହ ଜନକଲ୍ୟାଣ ଓ ଲୋକସମ୍ପର୍କ ମାଧ୍ୟମରେ ଲୋକଙ୍କ ବିଶ୍ବାସ ହାସଲ କରିବା ପାଇଁ ଚେଷ୍ଟା କରିବୁ। ଏହି ଅବସରରେ ବିଜୟୀ ହୋଇଥିବା ବିଜେଡି ପ୍ରାର୍ଥୀଙ୍କୁ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି।
The post ଜନତାଙ୍କ ରାୟକୁ ସମ୍ମାନ ଜଣାଉଛୁ : ଧର୍ମେନ୍ଦ୍ର first appeared on Sambad.
from ରାଜନୀତି – Sambad https://ift.tt/3eNun95
0 Comments