
ପାଟନା : ବିହାରରେ ଆସନ୍ତାକାଲି ଶେଷ ପର୍ଯ୍ୟାୟ ନିର୍ବାଚନ। ଶେଷ ପର୍ଯ୍ୟାୟରେ ୭୮ଟି ଆସନରେ ଭୋଟ୍ ଗ୍ରହଣ ହେବ। ମୋଟ୍ ୨.୩୪ କୋଟି ଭୋଟର ୧୨୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଆସନ୍ତାକାଲି ମଧ୍ୟ ବାଲ୍ମୀକି ନଗର ଲୋକସଭା ଆସନରେ ଉପନିର୍ବାଚନ ଅଛି। ୧୯ଟି ଜିଲ୍ଲାରେ ଥିବା ସମସ୍ତ ୭୮ଟି ଆସନ ଉତ୍ତର ବିହାରରେ ଅବସ୍ଥିତ। ଶେଷ ପର୍ଯ୍ୟାୟରେ ୫ଟି କୋଭିଡ୍ ପ୍ରଭାବିତ ଜିଲ୍ଲାରେ ଭୋଟ୍ ଗ୍ରହଣ ଅଛି। କରୋନା ମଧ୍ୟରେ ଭୋଟ୍ ଗ୍ରହଣ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇସାରିଛି। ଅକ୍ଟୋବର ୨୮ ଏବଂ ନଭେମ୍ବର ୩ ତାରିଖରେ ବିହାରରେ ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଥିଲା। ଆସନ୍ତା ୧୦ ତାରିଖରେ ନିର୍ବାଚନ ଫଳାଫଳ ଆସିବ।
The post ଶେଷ ପର୍ଯ୍ୟାୟ ବିହାର ନିର୍ବାଚନ ଆଜି first appeared on Sambad.
from ରାଜନୀତି – Sambad https://ift.tt/3p5dyuP
0 Comments