
ପାଟନା: ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ପାଇଁ ଆଜି ପ୍ରଥମ ପର୍ଯ୍ୟାୟରେ ୭୦ ଆସନରେ ଭୋଟ୍ ଗ୍ରହଣ ଶେଷ ହୋଇଛି। ଶାନ୍ତି ଶୃଙ୍ଖଳା ସହ ସମସ୍ତ କୋଭିଡ୍ ନିୟମମାବଳି ପାଳନ କରି ଭୋଟିଂ ପ୍ରକ୍ରିୟା ଶେଷ ହୋଇଛି ବୋଲି ମୁଖ୍ୟ ନିର୍ବାଚନ କମିସନର ସୁନିଲ ଆରୋରା କହିଛନ୍ତି। ଚଳିତ ନିର୍ବାଚନ ଅନ୍ୟ ସମସ୍ତ ନିର୍ବାଚନଠାରୁ ଭିନ୍ନ ରହିଛି ବୋଲି ସେ କହିଛନ୍ତି। ନିର୍ବାଚନ କମିସନ୍ଙ୍କ ତଥ୍ୟ ଅନୁଯାୟୀ ସନ୍ଧ୍ୟା ୬ଟା ସୁଦ୍ଧା ୫୪ ପ୍ରତିଶତ ମତଦାନ ହୋଇଛି। କରୋନା ମହାମାରୀ ପାଇଁ କମିସନ୍ ଚଳିତ ନିର୍ବାଚନରେ ଭୋଟ୍ ଗ୍ରହଣ ସମୟ ସନ୍ଧ୍ୟା ୫ଟାରୁ ୬ଟାକୁ ବୃଦ୍ଧି କରିଥିଲେ। କିନ୍ତୁ ଜାଣିବାକୁ ମିଳିଛି ଯେ, ସନ୍ଧ୍ୟା ୬ଟା ପରେ ମଧ୍ୟ ଭୋଟ୍ ପ୍ରକ୍ରିୟା ଜାରି ରହିଥିଲା।
ପ୍ରଥମ ପର୍ଯ୍ୟାୟରେ ୧୦୬୬ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ସେମାନଙ୍କ ମଧ୍ୟରେ ନୀତୀଶ କ୍ୟାବିନେଟ୍ରୁ ୬ ମନ୍ତ୍ରୀଙ୍କ ସମେତ ମୋଟ୍ ୮ ଜଣ ମନ୍ତ୍ରୀ ଅଛନ୍ତି। ଭୋଟିଂ ଶେଷ ହେବା ସହ ଏହି ୧୦୬୬ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ବନ୍ଦ ରହିଛି। ଆସନ୍ତା ନଭେମ୍ବର ୩ ତାରିଖରେ ବିହାରରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଥିବାବେଳେ ନଭେମ୍ବର ୭ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ନଭେମ୍ବର ୧୦ ତାରିଖରେ ନିର୍ବାଚନ ଫଳାଫଳ ଆସିବ। ଚଳିତ ନିର୍ବାଚନ ଉପରେ ସମଗ୍ର ଦେଶର ଫୋକସ୍ ରହିଛି। ଚଳିତ ଥର ଏନ୍ଡିଏ ଏବଂ ମହାମେଣ୍ଟ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି।
The post ପ୍ରଥମ ପର୍ଯ୍ୟାୟରେ ୫୪% ମତଦାନ, ଇଭିଏମ୍ରେ ବନ୍ଦ ୧୦୬୬ ପ୍ରାର୍ଥୀଙ୍କ ଭାଗ୍ୟ first appeared on Sambad.
from ରାଜନୀତି – Sambad https://ift.tt/3oC0NYE
0 Comments