
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ଏବଂ ଜେଡିୟୁ ମଧ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ଜେଡିୟୁ ୧୨୨ ଏବଂ ବିଜେପି ୧୨୧ ଆସନରେ ଲଢ଼ିବ ବୋଲି ସ୍ଥିର ହୋଇଛି। ୨୪୩ ଆସନ ବିଶିଷ୍ଟ ବିଧାନସଭାରେ ଅନ୍ୟ ସହଯୋଗୀମାନଙ୍କୁ ଉଭୟ ଦଳ ନିଜ ନିଜ କୋଟାରୁ ଆସନ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି। ନୀତୀଶଙ୍କ ନେତୃତ୍ବରେ ବିଜେପି-ଜେଡିୟୁ ମେଣ୍ଟ ନିର୍ବାଚନ ଲଢ଼ିବ ଏବଂ ଯାହାର ଆସନ ଯେତିକି ରହିଲେ ବି ନୀତୀଶ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ବରିଷ୍ଠ ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ କହିଛନ୍ତି। ଆଜି ଆସନ ବୁଝାମଣା ଚୂଡ଼ାନ୍ତ ହେବାପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ ଏଲ୍ଜେପି ବିଭ୍ରାନ୍ତି ସୃଷ୍ଟି କରି ଫାଇଦା ହାସଲ ପାଇଁ ଉଦ୍ୟମ କରୁଛି ତେବେ ଏହା କଦାପି ସଫଳ ହେବନାହିଁ। ଏଲ୍ଜେପି ଏବେ ବିଜେପି ଏବଂ ଜେଡିୟୁ ମଧ୍ୟରେ ଫାଟ ସୃଷ୍ଟି ପାଇଁ ପ୍ରୟାସ କରୁଛି ଏବଂ ପ୍ରଧାନମନ୍ତ୍ରୀଙ୍କ ଫଟୋ ବ୍ୟବହାର କରି ଲୋକଙ୍କୁ ବିଭ୍ରାନ୍ତ କରୁଛି। ଏହା ବିରୋଧରେ ଦଳ ଖୁବ୍ଶୀଘ୍ର ନିର୍ବାଚନ କମିସନଙ୍କଠାରେ ଅଭିଯୋଗ କରିବ ବୋଲି ସୁଶୀଲ ମୋଦୀ କହିଛନ୍ତି।
from ରାଜନୀତି – Sambad https://ift.tt/3jDuntM
0 Comments