ଭୁବନେଶ୍ବର : ଉପନିର୍ବାଚନ ପାଇଁ ବାଲେଶ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜଣେ ଅଯୋଗ୍ୟ ଭୋଟର ପୋଷ୍ଟାଲ୍‌ ବାଲାଟ ପାଇଛନ୍ତି। ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ଦୃଷ୍ଟିକୁ ଆସିବା ପରେ ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ମିଳିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଇଓ ସୁଶୀଲ କୁମାର ଲୋହାନୀ ପ୍ରକାଶ କରିଛନ୍ତି।

ଉପନିର୍ବାଚନରେ କୋଭିଡ୍‌ ଆକ୍ରାନ୍ତ କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ
ଭୁବନେଶ୍ବର : ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନିୟୋଜିତ ପୁଲିଂ କର୍ମଚାରୀ ଓ ସୁରକ୍ଷା କର୍ମୀ କୋଭିଡ୍‌ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଲେ ସେମାନଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ବାବଦରେ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ପ୍ରଦାନ କରାଯିବ। ଏ ନେଇ ଆଜି ନିର୍ବାଚନ କମିସନ ଘୋଷଣା କରିଛନ୍ତି। ଏହାବ୍ୟତୀତ ଉପନିର୍ବାଚନରେ ନିୟୋଜିତ ଭାରତ ଇଲେକ୍ଟ୍ରୋନିକ୍‌ସ୍‌ ଲମିଟେଡ୍‌ ଓ ଇ.ସି.ଆଇ.ଏଲ୍‌ର ଇଞ୍ଜିନିୟରମାନଙ୍କର କୋଭିଡ୍‌-୧୯ରେ ପ୍ରାଣ ହରାଇଲେ ସେମାନଙ୍କ ପରିବାରବର୍ଗଙ୍କୁ ବି ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ।

ସେହିପରି ନିର୍ବାଚନବେଳେ ହିଂସାତ୍ମକ ଘଟଣା, ଉଗ୍ରପନ୍ଥୀ ଆକ୍ରମଣ, ବୋମା ବିସ୍ଫୋରଣ ଓ ଲ୍ୟାଣ୍ଡ୍‌ମାଇନ୍‌ସ୍‌ ବିସ୍ଫୋରଣ ଦ୍ବାରା କୌଣସି କର୍ମଚାରୀଙ୍କର ମୃତ୍ୟୁ ପାଇଁ ତାଙ୍କ ପରିବାରବର୍ଗଙ୍କୁ ୩୦ ଲକ୍ଷ ଟଙ୍କା ଅନୁକମ୍ପା ଯୋଗାଇ ଦିଆଯିବ ବୋଲି ନିର୍ବାଚନ କମିସନ ନିର୍ଦ୍ଦେଶନାମା ଜାରି କରିଛନ୍ତି।

The post ଅଯୋଗ୍ୟ ଭୋଟର ହାତେଇଛନ୍ତି ପୋଷ୍ଟାଲ ବାଲାଟ, ଜିଲ୍ଲାପାଳଙ୍କୁ ତଦନ୍ତ ଦାୟିତ୍ବ first appeared on Sambad.



from ରାଜନୀତି – Sambad https://ift.tt/2TjGn82