
ନୂଆଦିଲ୍ଲୀ: ଧାରା ୩୭୦ ପୁନଃସ୍ଥାପନ ଏବଂ କଶ୍ମୀର ପ୍ରସଙ୍ଗର ପ୍ରସ୍ତାବନା ନିମନ୍ତେ ସଂଗ୍ରାମ କରିବାକୁ ‘ନ୍ୟାସ୍ନାଲ୍ କନ୍ଫରେନ୍ସ୍’ର ମୁଖ୍ୟ ଫାରୁକ୍ ଅବ୍ଦୁଲ୍ଲା ଆଜି ମେହବୁବା ମୁଫ୍ତିଙ୍କ ‘ପିପୁଲ୍ସ୍ ଡେମୋକ୍ରାଟିକ୍ ପାର୍ଟି’, ସାଜିଦ୍ ଲୋନ୍ଙ୍କ ‘ପିପୁଲ୍ସ୍ କନ୍ଫରେନ୍ସ୍’, ଜାଭେଦ୍ ମିରଙ୍କ ‘ପିପୁଲ୍ସ୍ ମୋଭ୍ମେଣ୍ଟ୍’, ‘ସିପିଆଇଏମ୍’ ଏବଂ ଅନ୍ୟ ଆଞ୍ଚଳିକ ସଙ୍ଗଠନମାନଙ୍କ ସହ ମେଣ୍ଟ ଘୋଷଣା କରିଛନ୍ତି।
ଗଣମାଧ୍ୟମକୁ ଅବ୍ଦୁଲ୍ଲା କହିଛନ୍ତି, ଆମେ ଏହି ମେଣ୍ଟର ନାଁ ‘ପିପୁଲ୍ସ୍ ଆଲିଏନ୍ସ୍ ଫର୍ ଗୁପକାର ଡିକ୍ଲାରେସନ୍’ ରଖିଛୁ। ଆମର ସଂଗ୍ରାମ ସାମ୍ବିଧାନିକ ସଂଗ୍ରାମ। ଆମେ ଚାହୁଁ ଭାରତ ସରକାର ୨୦୧୯ ଅଗଷ୍ଟ ୫ ପୂର୍ବରୁ ଥିବା ରାଜ୍ୟବାସୀଙ୍କ ଅଧିକାର ଫେରାଇ ଦିଅନ୍ତୁ।
ଜମ୍ମୁ ଓ କଶ୍ମୀରର ସ୍ବତନ୍ତ୍ର ପାହ୍ୟା ସମ୍ବନ୍ଧୀୟ ‘ଗୁପକାର ଘୋଷଣାନାମା’ର ଭବିଷ୍ୟତର କାର୍ଯ୍ୟଧାରା ସଂକ୍ରାନ୍ତରେ ଯୋଜନା କରିବାକୁ ଫାରୁକ୍ ଅବ୍ଦୁଲ୍ଲା ତାଙ୍କ ଘରେ ଆଜିର ବୈଠକ ଡକାଇଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ‘ପିପୁଲ୍ସ୍ ଡେମୋକ୍ରାଟିକ୍ ପାର୍ଟି’ର ନେତ୍ରୀ ମେହବୁବା ମୁଫ୍ତି, ‘ପିପୁଲ୍ସ୍ କନ୍ଫରେନ୍ସ୍’ର ସାଜିଦ ଲୋନ୍, ସିପିଆଇଏମ୍ ନେତା ମହମ୍ମଦ ୟୁସୁଫ୍ ତାରିଙ୍ଗାମି ଏବଂ ‘ପିପୁଲ୍ସ୍ ମୋଭ୍ମେଣ୍ଟ୍’ର ଜାଭେଦ୍ ମିର ଯୋଗ ଦେଇଥିଲେ। ‘ନ୍ୟାସ୍ନାଲ୍ କନ୍ଫରେନ୍ସ୍’ର ଉପାଧ୍ୟକ୍ଷ ଓମାର ଅବ୍ଦୁଲ୍ଲା ଏବଂ ଦଳର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।
The post ଧାରା ୩୭୦ ଫେରାଇ ଆଣିବାକୁ କଶ୍ମୀରରେ ରାଜନୈତିକ ଦଳମାନଙ୍କ ସହ ମେଣ୍ଟ କଲେ ‘ନ୍ୟାସ୍ନାଲ୍ କନ୍ଫରେନ୍ସ୍’ର ମୁଖ୍ୟ ଫାରୁକ୍ ଅବ୍ଦୁଲ୍ଲା first appeared on Sambad.
from ରାଜନୀତି – Sambad https://ift.tt/3lLZMuL
0 Comments