
ଭୁବନେଶ୍ୱର : ଆଗାମୀ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକୁ ପରିଚାଳନା କରିବା ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଚିରଞ୍ଜୀବ ବିଶ୍ବାଳଙ୍କ ସୁପାରିଶ କ୍ରମେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିରିଡ଼ି ବ୍ଲକ୍ ନିର୍ବାଚନ ପ୍ରଚାର କମିଟିକୁ ଅନୁମୋଦନ କରିଛନ୍ତି। ଏହି କମିଟିରେ ଆବାହକ ଭାବେ ଦେବୀ ପ୍ରସାଦ ତ୍ରିପାଠୀଙ୍କୁ ଚୟନ କରାଯାଇଛି। ଏହାସହିତ ସଦସ୍ୟ ଭାବେ ଲିଙ୍ଗରାଜ ମଲ୍ଲ, ବ୍ଲକ୍ ଅଧ୍ୟକ୍ଷ ପଦ୍ମନାଭ ଭୋଇ, ସରପଞ୍ଚ ଅଶୋକ କୁମାର ଜେନା, ଦୀପକ ପଶାୟତ, ସମିତି ସଭ୍ୟ ଗୋପବନ୍ଧୁ ସ୍ବାଇଁ, ସରପଞ୍ଚ ବିମଳ କୁମାର ସେଠୀ, ସରପଞ୍ଚ ଚନ୍ଦ୍ରଶେଖର ଦାସ, ସରପଞ୍ଚ ତୃପ୍ତି ମଞ୍ଜରୀ ସାମନ୍ତରାୟ, ପୂର୍ବତନ ସରପଞ୍ଚ ଯୁଧିଷ୍ଠିର ବେହେରା, କିଶୋର ଚନ୍ଦ୍ର ପାଲ୍, ସରପଞ୍ଚ ତଥା ମହିଳା ସଭାନେତ୍ରୀ ସ୍ବର୍ଣ୍ଣଲତା ଭୋଇ ପ୍ରମୁଖ ରହିଛନ୍ତି।
from ରାଜନୀତି – Sambad https://ift.tt/340ng7W
0 Comments