
ନୂଆଦିଲ୍ଲୀ: ନିକଟରେ ସ୍ବେଚ୍ଛାରେ ଚାକିରିରୁ ଅବସର ଗ୍ରହଣ କରିଥିବା ବିହାରର ପୂର୍ବତନ ପୁଲିସ ମହାନିର୍ଦେଶକ ଗୁପ୍ତେଶ୍ବର ପାଣ୍ଡେ ରବିବାର ଦିନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ଜନତା ଦଳ (ୟୁନାଟେଡ୍)ରେ ଯୋଗ ଦେଇଛନ୍ତି।
ରାଜନୀତିରେ ଯୋଗ ଦେବେ କି, ନାହିଁ ସେ ସମ୍ପର୍କରେ ପାଣ୍ଡେ କିଛି ସ୍ପଷ୍ଟ କରି କହୁ ନ ଥିଲେ। ଗତକାଲି ମଧ୍ୟ ସେ ଦଳୀୟ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିଥିଲେ। ସେତେବେଳେ ମଧ୍ୟ ସେ ରାଜନୀତିରେ ଯୋଗ ଦେଉଥିବା କଥାକୁ ଏକ ପ୍ରକାର ଟାଳି ଦେଇଥିଲେ।
ଗଣମାଧ୍ୟମକୁ ଗୁପ୍ତେଶ୍ବର ପାଣ୍ଡେ କହିଛନ୍ତି ଯେ, ନିଜେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କୁ ଡାକି ଦଳରେ ଯୋଗ ଦେବାକୁ କହିଲେ। ଦଳ ଯାହା କହିବ ମୁଁ ତାହା କରିବି। ମୁଁ ରାଜନୀତି ବୁଝେ ନାହିଁ। ମୁଁ ସମାଜର ନିସ୍ପେଷିତବର୍ଗଙ୍କ ଲାଗି କାମ କରି ସମୟ କାଟିଥିବା ସରଳିଆ ଲୋକଟିଏ।
୧୯୮୭ ବ୍ୟାଚ୍ ଆଇପିଏସ୍ ଅଧିକାରୀ ବାଲ୍ମୀକି ନଗର ଲୋକସଭା ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିପାରନ୍ତି। ଆସନ୍ତା ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏହି ଆସନ ଲାଗି ନିର୍ବାଚନ କରାଯିବ।
ସେ ସ୍ବେଚ୍ଛା ଅବସର ଗ୍ରହଣ କରିବା ପରେ ପରେ ପାଣ୍ଡେଙ୍କୁ ‘ବିହାରର ରବିନ୍ହୁଡ୍’ ଭାବେ ପ୍ରଦର୍ଶୀତ କରି ଏକ ମ୍ୟୁଜିକ୍ ଭିଡିଓ ରିଲିଜ୍ ହୋଇଥିଲା।
from ରାଜନୀତି – Sambad https://ift.tt/366tKVI
0 Comments